STORYMIRROR

Satyabati Swain

Children Stories

3  

Satyabati Swain

Children Stories

ବାପାଙ୍କ ଗୋପାଳି

ବାପାଙ୍କ ଗୋପାଳି

1 min
196

ଆଙ୍ଗୁଠି ଫାଙ୍କରେ ସମୟ କେମିତି ଗଳିଗଲା

ମୁଁ ଛୋଟରୁ ବଡ଼ ହେଉଥିଲି

ଜହ୍ନ

ଚଢେଇ

ପ୍ରଜାପତି

ଫୁଲ

ବର୍ଷା

ନିଛାଟିଆ ନିରବ ମୁହୂର୍ତ୍ତ

ଭାରି ଭଲ ଲାଗିଲେ।


ଗାର୍ଲଫ୍ରେଣ୍ଡ୍ ସହ

ଘଣ୍ଟା ଘଣ୍ଟା ଗପିବାକୁ

ଭଲ ଷ୍ଟାଇଲିସ ପୋଷାକ ପିନ୍ଧିବାକୁ

ସଜେଇ ହେବାକୁ

ଦର୍ପଣ ଆଗେ ନିଜକୁ

ନିଠେଇ ଦେଖିବାକୁ

ମନ ଚାହିଁଲା।


ସମୟ ଗଡି ଚାଲିଲା

ସମ୍ପର୍କ ବଢି ଚାଲିଲା

ମୋ ଗାର୍ଲଫ୍ରେଣ୍ଡ୍ ଦିନେ

ମୋତେ ପ୍ରେମ ଚିଠି ଲେଖିଲା।


ଆମେ ଲୁଚି ଛପି

କେତେ ଚିଠି ଦିଆନିଆ ହେଲୁ

ହଠାତ୍ ଦିନେ

ବାପାଙ୍କ ହାତେ ମୋ ଗାର୍ଲଫ୍ରେଣ୍ଡ୍

ଚିଠି ଟେ ପଡିଲା।


ଆଉ ତାପର କଥା କଣ କହିବି?

କି ଗୋପାଳି !

ଗୋରୁ ଚରି ଗଲେ ଜାଣ

ମୋତେ ନେଇ ମାମୁଁ ଙ୍କ ପାଖେ

ସହରରେ ରଖି ପଢ଼ାଇଲେ।


ମୁଁ କିନ୍ତୁ ମୁକୁଳି ପାରି ନ ଥିଲି

ପ୍ରଥମ ପ୍ରେମର ଅନୁଭବ

ବଡ଼ ହେଲି

ଚାକିରୀ କଲି

ଗାଁ କୁ ଆସିଲି

ମୋ ମନ ଖୋଲି କହିବି

ଲିଲି ମୋତେ ବାହା ହେବୁ?


କିନ୍ତୁ ମୁଁ ଆସିବା ବହୁ ଡେରି ହୋଇଗଲା

ଲିଲିକୁ ତା ବାପା ମାଆ

ଜୋର୍ ଜବରଦସ୍ତ ଅନ୍ୟତ୍ର

ବାହା ଦେଇ ଦେଇଥିଲେ।


ସମୟ ତା ବାଟେ ଚାଲିଲା

ମୋ ମନରୁ କିନ୍ତୁ

ଲିଲି ଗଲାଣି

ଏବେ କେବେ କେମିତି ଦେଖାହେଲେ

ମନେ ପଡେ ତା ଚିଠି

ଆଉ ବାପାଙ୍କ ଗୋପାଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍