STORYMIRROR

Satyabati Swain

Children Stories

3  

Satyabati Swain

Children Stories

ସିଏ ମୋର ପିତା

ସିଏ ମୋର ପିତା

1 min
136

ବୁଲିଛି କେତେ ମୁଁ

ଦେଖିଛି ବି କେତେ

ତାଙ୍କ ପରି ମଣିଷଟିଏ

ଦେଖି ନାହିଁ କେବେ

ଏ ମୋର ଜୀବନେ

ସବୁରି ପୂର୍ଣ୍ଣତା ଯିଏ।


ସ୍ନେହ ମମତାର

ଶାସନ ରାଇଜର

ନିଆରା ମଣିଷଟିଏ

ଅତି ନିଡାମ୍ବର

ଅତି ହିଁ ସରଳ

ତାଙ୍କ ପରି ହେବ କିଏ ?


ବେଶ ପରିପାଟୀ

କହିବା ଚାତୁରୀ

ମନକୁ ନିଅଇ କିଣି

ସବୁ ସୁଖର ସେ

ସବୁ ଭଲର ସେ

 ଅଟନ୍ତି ପରା ଖୁସିର ଖଣି।


ତାଙ୍କ ପରି କେହି

ମୋ ଜୀବନ ପାଇଁ

ଆସିବେ ନାହିଁ ଜୀବନେ

"ସିଏ ମୋର ପିତା"

ସେ ଭାଗ୍ୟବିଧାତା

ଚଳନ୍ତି ଠାକୁର ମୋ ପ୍ରାଣେ।


ଯାହା ଯେତେ କଲେ

ତାଙ୍କ ପାଇଁ ମୁଁ

ସାମାନ୍ୟ ପାରିବି କରି

ତାଙ୍କ ସେବା କରି

ଏ ମୋର ଜୀବନ

ଧନ୍ୟ ହୋଇଯାଉ ହରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍