ସିଏ ମୋର ପିତା
ସିଏ ମୋର ପିତା
1 min
131
ବୁଲିଛି କେତେ ମୁଁ
ଦେଖିଛି ବି କେତେ
ତାଙ୍କ ପରି ମଣିଷଟିଏ
ଦେଖି ନାହିଁ କେବେ
ଏ ମୋର ଜୀବନେ
ସବୁରି ପୂର୍ଣ୍ଣତା ଯିଏ।
ସ୍ନେହ ମମତାର
ଶାସନ ରାଇଜର
ନିଆରା ମଣିଷଟିଏ
ଅତି ନିଡାମ୍ବର
ଅତି ହିଁ ସରଳ
ତାଙ୍କ ପରି ହେବ କିଏ ?
ବେଶ ପରିପାଟୀ
କହିବା ଚାତୁରୀ
ମନକୁ ନିଅଇ କିଣି
ସବୁ ସୁଖର ସେ
ସବୁ ଭଲର ସେ
ଅଟନ୍ତି ପରା ଖୁସିର ଖଣି।
ତାଙ୍କ ପରି କେହି
ମୋ ଜୀବନ ପାଇଁ
ଆସିବେ ନାହିଁ ଜୀବନେ
"ସିଏ ମୋର ପିତା"
ସେ ଭାଗ୍ୟବିଧାତା
ଚଳନ୍ତି ଠାକୁର ମୋ ପ୍ରାଣେ।
ଯାହା ଯେତେ କଲେ
ତାଙ୍କ ପାଇଁ ମୁଁ
ସାମାନ୍ୟ ପାରିବି କରି
ତାଙ୍କ ସେବା କରି
ଏ ମୋର ଜୀବନ
ଧନ୍ୟ ହୋଇଯାଉ ହରି।
