ସୁନା ଭଉଣୀ
ସୁନା ଭଉଣୀ
1 min
339
ସୁନା ଭଉଣୀ ମୋ ଯାଆନା ରୁଷି
ସରଗ ଶଶୀ ଉଏଁ ତୁ ଦେଲେ ହସି
ତୋହରି ଖୁସି
ସାରା ଜୀବନକୁ ଖିଆଲ ରଖିବି କଥା ଦେଉଛି।
ତୁ ଯେବେ ଯିବୁ ତୋ ଶାଶୁଘର
ମୋତେ କରିବୁ ନାହିଁ ଲୋ ପର
ଟୋପିଏ ସ୍ନେହ
ଝରିବ ମୋ ଆଖିରୁ ରକତ ହୋଇ ଲୁହ।
ରାକ୍ଷୀ ବରଷକ ଆସିବ ଯେବେ
ଚାହିଁଥିବି ତୋର ବାଟକୁ ତେବେ
ମନଟି ଖୋଜିବ
ହୃଦୟ ଉଛୁଳି ଖୋଜିବ ତୋହରି ମୁହଁ।
ଆସିବୁ ଯେବେ ମୋ ମନ ହସିବ
ନ ଆସିଲେ ମନ ଊଣା ହୋଇବ
ତୁ ତ ପରାଧୀନ
ନ ଆସିଲେ କରିବିନି ଜମା ତୋ ଉପରେ ମାନ।
ସାରା ସଂସାରକୁ କହିବି ମୁହିଁ
ତୁ ମୋ ଭଉଣୀ ମୁଁ ତୋ ଭାଇ
ଗୋଟିଏ ନାହିର
ଆମେ ପରା ଦୁଇ ନାଡ଼ ଆମ ମାଆର।
