STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ମଗୁଶୀର ଛୁଟି ଦେଇଛି

ମଗୁଶୀର ଛୁଟି ଦେଇଛି

1 min
210

    ଟିକି ଚଢେଇର ଖୁସିର ଗୀତରେ

       ସକାଳ ଯାଉଛି ଚହଲି

    କିଚିରି ମିଚିରି ଗାଉଛି ବସି ସେ

       ପୁଲକେ ଚାହିଁଛି ପହଲି

    ଗୀତଟି ମଧୁର ଲାଗୁଛି

    ମନମତାଣିଆ ସୁରେ ସୁରେ ତା'ର

       ଶିହରଣ ମନେ ଜାଗୁଛି ।। 


   ଖାଇ ସବୁଦିନ ଶାଗ ପଖାଳ ସେ

       ସୁମତୀର ହାତ ପରଶା

   ବିଲ ଆଡେ ଧାଏଁ ହେଲେ ହେଉ ପାଗ

       ଶୀତ ଖରା ଝଡି ବରଷା

   ଅଡୁଆରେ କେବେ ପଶେନି

   କାମକୁ ନ ଯାଇ ଅଳସୁଆ ହୋଇ

       ଘରେ କେବେ ଦିନେ ବସେନି ।। 


    ଆଜି ତା'ର ଚାଷ ବେଉସା ନ ଥିଲା

       ଭାବୁଥିଲା କିସ କରିବ

   ଭଲ ଲାଗିବନି ମାଟିର ସରଗ

       ଦିନଟା କେମିତି ସରିବ

   ଗୀତ ଯେବେ ସିଏ ଶୁଣିଲା

   ଭୁଲିଯାଇ ସବୁ ମଗୁଶୀର ମାସ

        ଖୁସିରେ ଖୁସି ସେ ଗୁଣିଲା ।। 


   ସୁମତୀ କହିଲା ହେଇ ଦେଖ ଏଣେ

       ମଗୁଶୀର ଚିଠି ଦେଇଛି

   ପବନ ଖେଳୁଛି ପାଚିଲା ଧାନରେ

       କ୍ଷେତ ବି ବଢିଆ ହେଇଛି

   କୁନି ଚଢେଇର ଗୀତରେ

   ଆହା କି ସୁନ୍ଦର ଆଜିର ସକାଳ

       ଅନୁଭବୀ ନିଅ ଚିତ୍ତରେ ।। 


   କଥା ଶୁଣି ଟିକେ ହସିଦେଇ ସିଏ

       ସୁମତୀକି ଚାହିଁ କହିଲା

   ଘରେ ଥିଲି ବୋଲି ମନ ସିନା ଆଜି

       ଚଢେଇ ଗୀତରେ ରହିଲା

   ଆଜି ମୁଁ ବିରତି ନେଇଛି

   ମନ ବୁଝି ମୋର ଚିଠି ଲେଖି ମୋତେ

       ମଗୁଶୀର ଛୁଟି ଦେଇଛି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational