Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Romance

5.0  

Sukanti Hotta

Romance

ଅବୁଝା ପ୍ରିୟା

ଅବୁଝା ପ୍ରିୟା

1 min
229


ଚକଲେଟ ନଖାଇ ଅବୁଝା ପ୍ରିୟା ମୋ

ଅଭିମାନ କରିଥିଲା

ଟେଡି ଦିବସରେ ଗେଲେଇ ହୋଇ

ମୋ ପାଖେ ଆସି ବସିଲା l


ଫୁଲେଇ ସଜେଇ ନାକକୁ ଫୁଲେଇ

କାନେ ମୋର କହିଦେଲା

ଟେଡି ଟେ ମୋ ପାଇଁ ଆଜି ନ ଆଣିଲେ

ଘରେ କରିବ ପାଲା l


ଅଟେ ମୁଁ କଂଜୂସ ଆଣିବାର ନାହିଁ

ବୁଦ୍ଧି ମୋ ପ୍ରବଳ ଅଛି

ମିଛରେ କହିଲି ଆଜି ଅଫିସରେ

ମୋର ମିଟିଙ୍ଗ ଅଛି l


ନ ଛାଡେ ବନ୍ଧା ମୋ ରୂପବତୀ ପ୍ରିୟା

ରାଗିକି ପଞ୍ଚମ ହେଲା

ତାର ଶବ୍ଦବାଣ ହୃଦୟକୁ ମୋର

ବହୁତ ଆଘାତ କଲା l


କଂଜୂସ ପଣିଆ ମୋର ଛାଡି ଗଲା

ପକେଟକୁ ଅଣ୍ଡାଳିଲି

ଚପଲଟି ପିନ୍ଧି ଟଙ୍କାକୁ ଧରି

ମାର୍କେଟ ଦଉଡିଲି l


ମନେମନେ ମୁଁ ଗାଳି କରୁଥିଲି

ବୁଢୀ କାଳକୁ ତା ନାଟ

ପକେଟରୁ ମୋର ଟଙ୍କା ସରିଯିବ

ଦିଶୁନାହିଁ ମୋତେ ବାଟ l


ଯାହା ହେଉ ପଛେ ମାନିନୀ ରାଧିକା

ଶାନ୍ତ ଟିକେ ହେଇଯାଉ

ଟେଡି ଦିବସଟି ମୋ ବୁଢୀ ସହ

ଖୁସିରେ କଟି ଯାଉ l


Rate this content
Log in

Similar oriya poem from Romance