STORYMIRROR

Nihar Ranjan Acharya

Romance Tragedy

4  

Nihar Ranjan Acharya

Romance Tragedy

ଅବୁଝା ନାୟିକା

ଅବୁଝା ନାୟିକା

1 min
333


ଆଗୋ ମୋର ଟିକି ମଇନା 

ଧରା ଦେଇ ଉଡ଼ି ଯାଅନା, 

କାଶତଣ୍ଡି ନାଚ଼ ତାଳେ 

ହାତ ଧରି ଆସ ଧିରେ 

ପାଖ ଛାଡ଼ି ଦୂରେ ଯାଅନା। 


ଭିଜୁଥିଲେ ଆମେ ଦିନେ 

ପ୍ରେମ ପ୍ରୀତି ପରଶରେ 

ଏକା ଛାଡ଼ି ଚାଲିଗଲେ 

କେମିତି ବଞ୍ଚିବି କୁହନା?


କଥା ଥିଲା ଆମେ ଦୁହେଁ 

ଗଢ଼ିବାକୁ ଘରଟିଏ 

ତମେ ହେବ ରାଣୀ ମୋର 

ମୁଁ ତୁମ ରାଜେଶ୍ବର 

କେମିତି ଯାଉଛ ଛାଡ଼ି 

ଏକା କରି ମୋତେ କୁହନା?


ହେ' ମୋର ରୂପବତୀ ଲଳନା 

ନ' ଆଣି ମନେ କିଛି ଭାବନା 

ମନ ମୋର ମୋହିନିଅ 

ହାତେ ଧରି ହାତ ମୋର 

ହୃଦେ ଆଉ ନଦିଅ ବେଦନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance