STORYMIRROR

Kananbala Das

Fantasy

4  

Kananbala Das

Fantasy

ଅବୁଝା ମନ ର ପ୍ରଶ୍ନ

ଅବୁଝା ମନ ର ପ୍ରଶ୍ନ

1 min
367


ଜୀବନ ର ସବୁ ପ୍ରଶ୍ନ ବ୍ୟଥିତ କରାଏ,

କିଛି ପ୍ରଶ୍ନ ଶୁନ୍ୟସ୍ଥାନ ସୃଷ୍ଟି କରିଥାଏ।।

       

ଆହତ ଫଗୁଣ ଦିଶେ ବିଷର୍ଣ୍ଣ ବିବର୍ଣ୍ଣ,

ବେଳେବେଳେ ଭଲଲାଗେ ଅଳସି ଶ୍ରାବଣ।।


ଆଶା ଅସୁମାରୀ ସ୍ବପ୍ନ କଳ୍ପନା ବିଳାସି,

ହୃଦୟ ବୁଝେନା ଝୁରୁ ଥାଏ ଦିବା ନିଶି।।


 ବାରମ୍ବାର ଖୋଜୁଥାଏ ଯାହାକୁ ଏମନ,

 ପୁରଣ କରିବ କିଏ ସେଇ ଶୁନ୍ୟସ୍ଥାନ।।


ଶୁନ୍ୟତା ବି ସୃଷ୍ଟି କରେ ବଡ ପ୍ରଶ୍ନଚିହ୍ନ?

ପରାହତ ହୋଇ ଫେରେ ଅବୁଝା ଏ ମନ।।


 ସମ୍ପର୍କ ର ଦ୍ୱାହି ଦେଇ ଉପେକ୍ଷାର ସ୍ୱର,

 କାହିଁକି ଭୁଲେନା ମନ ଝୁରେ ନିରନ୍ତର?


ଆତ୍ମପ୍ରତ୍ୟୟ ରେ ଭରା ଶୀତଳ ଜୀବନ

ପ୍ରତାରଣା, ପ୍ରବଞ୍ଚନା ଭରେ ଅଭିମାନ।।,


 ଆସିବା ପାଇଁ ସେମିତି କେହିନାହିଁଯା'ର,

,ତଥାପି କାହିଁକି ଆଖି ଖୋଜେବାରମ୍ବାର।।


କେଉଁ ଖିଆଲି ମନ ପ୍ରଶ୍ନ ଉତ୍ତର ଖୋଜେ,

ଜୀବନ ର ପ୍ରଶ୍ନ ସବୁ ଭାବନାରେ ହଜେ।।


କିଛି ପ୍ରଶ୍ନ ରହିଯାଏ ହୃଦୟ ଭିତରେ,

କିଛି ନିରବିତ ପ୍ରଶ୍ନ ଭିଜା ଓଠ ଧାରେ।।


ପୁର୍ଣ୍ଣ ଗର୍ଭା ନଦୀ ମଧ୍ୟେ ଟଳମଳ ଡଙ୍ଗା,

ଜୀବନତରୀ ଦୋହଲେ ମନେ ଭରି ଶଙ୍କା।।


ପକ୍ଷୀ ଉଡିଯାଏ ଦୁରେ ଡେଣା ଝାଡ଼ିଦେଇ,

ଅଜଣା ପଥରେ ପୁଣି କେତେ ପ୍ରଶ୍ନ ନେଇ।।


ତ୍ୟାଗପୂତ ଜୀବନରେ କିଏ ବା ନିଜର,

ସ୍ୱାର୍ଥ ସରିଗଲେ ହୁଏ ତୁଠର ପଥର।।


 ବିସ୍ତୀର୍ଣ୍ଣ ଆକାଶ ସାରା ସ୍ତବ୍ଧ ନୀରବତା,

 ହୃଦୟ ପ୍ରାଙ୍ଗଣେ ଭରା ନିଃଶବ୍ଦ ଶୁନ୍ୟତା।।


ସ୍ବପ୍ନ ସବୁ ହଜିଯାଏ ସମୟ ସ୍ରୋତରେ,

ପୂର୍ଣ୍ଣତା ଖୋଜିବାବ୍ୟର୍ଥ ଶୁନ୍ୟତା ଭିତରେ।।


ସକଳ ସ୍ତୋତ ର ସ୍ମୃତି ହୋଇଛି ଜୀବନ,

ସ୍ପନ୍ଦନେ ଭରିଛି ନିରୁତା ଆପଣାପଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy