STORYMIRROR

Shubhra Suchitra Mahanta

Inspirational Others

3  

Shubhra Suchitra Mahanta

Inspirational Others

ଅବଶ୍ୟ ହାରିବୁ

ଅବଶ୍ୟ ହାରିବୁ

1 min
258

ଯେଉଁ ଦେଶ ଦ୍ରବ୍ଯ କ୍ଷଣସ୍ଥାୟୀ

ସେଠାରୁ ଆସି ତୁ ଦୀର୍ଘସ୍ଥାୟୀ,

ରାଜ୍ୟ ନୁହଁ ବା ଦେଶ ନୁହଁ

ତୋ ପାଇଁ ପୀଡିତ ପୁରା ମହୀ॥

ତୋତେ ନେଇ ଯେଉଁ ମାଳିକା ବଚନ

ସତ ହେବକି ପଚାରେ ଏଇ ମନ,

କେଉଁ ଭୁଲ୍ ର ଦଣ୍ଡ ତୁହି

ତୋ ପାଇଁ ଭୋକିଲା କେତେ ଜନ॥

ଧନୀ ର ସିନା ନାହିଁ ସମସ୍ୟା

ଗରିବ ପାଖେ ନାହିଁ ବେଉସା,

ଗରିବ ପାରୁନି ପିଆଜ କିଣି

ଧନୀ ଖାଏ ଘରେ ମାଉଁସ କଷା॥

କେମିତିକା ତୁ ରୋଗଟେ କେଜାଣି

ଗଡୁଛି ମାସ ଔଷଧ ବାହାରୁନି,

ସରକାର ବା କରିବେ କଣ

ତାଲାବନ୍ଦ ରେ ବି ସଂକ୍ରମଣ କମୁନି॥

ଦୋକାନ ଖୋଲିଲେ ଗ୍ରାହକ ନାହିଁ

ଦେଶର ଅର୍ଥନୀତି କାନ୍ଦୁଛି,

ଏଇ ସୁଯୋଗରେ ସୁନା ରୂପା

ପେଟ୍ରୋଲ୍ ଦର ବୃଦ୍ଧି ପାଉଛି॥

ଦୁଃଖୀ କୁ ଆଉ କେତେ ଦୁଃଖ ଦେବୁ

ଏକା ମଣିଷକୁ କେତେ ଏକା କରିବୁ?

ଭଗବାନ ରାମ ଉଭା ଅଯୋଧ୍ୟାରେ

ତାଙ୍କରି କୋପେ ତୁ ଅବଶ୍ୟ ହାରିବୁ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational