ଅବଶୋଷ
ଅବଶୋଷ


ହେ ପ୍ରଭୁ ଚକାନୟନ !
ମୁଁ ତ ଚାହିଁନଥିଲି ଏ ପୃଥିବୀକୁ ଆସିବାକୁ
କି ତମ ଉପରେ ବୋଝ ହେବାକୁ
ଅବାଂଛିତର ଆଖ୍ୟା ଦେଇ ମୋ ଭିତରେ ପ୍ରାଣ ସଂଚାରିଲ
ଜୀବନକୁ ଜାଣିଯିବା ପରେ , ଭୋକର ଯନ୍ତ୍ରଣାକୁ ସହିବାର ସାହସକୁ ଅତିକ୍ରମ କରିଯିବାପରେ
ଝିଅର ପରିଚୟ ଭୁଲି ବାହାରିଥିଲି କାମକରିବି
ପିଠିରେ ବସ୍ତା ନେଇ ଭାବିଥିଲି ବାପାଙ୍କ ପେଟଙ୍କୁ ଦାନା ଦେବି
ଅବାଞ୍ଚୀତର ପରିଚୟ ନେଇତ ବଞ୍ଚୁଛି
କୁଆଡେ ଯଦି ସାମାନ୍ୟତମ ସାହାଯ୍ୟ ମତେ ଦେଇଦେବ ସମ୍ମାନ ,
ମାତ୍ର ; ଲକଡାଉନ ସେତକବି ଛଡାଇନେଲା ମୋ ଠାରୁ
ହେ ପ୍ରଭୁ !
କି ଅପରାଧ ମୋର?
ଜନ୍ମରୁ ଘୃଣାର ପାତ୍ର ହୋଈ ବଞ୍ଚୁଛି
ତାପରେ ପୁଣି ଏ ପେଟର ଯନ୍ତ୍ରଣା କିଏ ବୁଝିବ?
ନିରୁତ୍ତର ହୋଈ ତୁମେ ବସିରହିଲେ ମୁଁ କଣ କରିବି?
କାହା ଦୁଆରେ ଆଶ୍ରୟ ନେବି?
ଲକଡାଉନର ଯନ୍ତ୍ରଣାଠୁ ଭଲ ମୃତ୍ୟୁର ନୀରବ ଆନନ୍ଦ ।