Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract

4  

Dr.Omm Prasad Pradhan

Abstract

ଅବଶୋଷ୍

ଅବଶୋଷ୍

1 min
159



ମୁଁ ଜନ୍ମ ନେବା ପୂର୍ବରୁ 

ମାତୃଗର୍ଭ ରେ ଖୁବ ଅସହାୟ

ସଦ୍ୟ ଜନ୍ମିତ ପରେ ମଧ୍ୟ 

ଅସହସ୍ୟ ର ଦୃଷ୍ଟାନ୍ତ ଅବଲୋକିତ ।


ଦୁର୍ବଳ ଶରୀର 

ଶିଶୁ ରୁ ଶୈଶବ, ଶୈଶବ ରୁ ଯୁବା 

ସବୁକିଛି ଅସହ୍ୟ, ଅସହାୟ

ପରିଧି ଭିତରେ ଆବଧ୍ୟ ।

ବାର୍ଦ୍ଧକ୍ୟ ମଧ୍ୟ ,

ପରିଧିର ଅନୁଗମନ କରେ ।


ଦୁର୍ବଳ ରୁ ସବଳ ହେବା ପାଇଁ 

ସବଳ ରୁ ଶ୍ରେଷ୍ଠତ୍ୱ ଲାଭ ପାଇଁ 

ଅହେତୁକ ଇଛା ,ଅଦମ୍ୟ ସାହସ 

ଅପରିମିତ ଶୌର୍ଯ୍ୟ ଏବଂ ପରାକ୍ରମ 

ଅନେକ ଦୁର୍ଲଭ ଲଭ୍ୟ ପାଇଁ ଚେଷ୍ଟା ।


କିନ୍ତୁ ଏକ ଅବଶୋଷ ......


ମୁଁ ଯେତେବେଳେ ଦୁର୍ବଳ ଥିଲି 

ମୋ ସମ୍ପର୍କ ଦୁର୍ବଳ ନଥିଲା ।

ମୁଁ ଏବେ ଶ୍ରେଷ୍ଠତ୍ଵ ର ଶିଖର ରେ ,

ସମ୍ପଦ ଏବଂ ଆଭିଜତ୍ୟ ରେ ,

ବାହୁବଳ ଏବଂ ଭାଗ୍ୟ ରେ ,

ଶକ୍ତିଶାଳୀ, ସମ୍ପର୍ଣ୍ଣ, ସୁଯୋଗ୍ୟ 

ହେଲେ ମୋ ସହିତ ଥିବା ସମ୍ପର୍କ ?

ବଳିଷ୍ଠ ଥିବା ମୋ ବନ୍ଧୁତ୍ୱ ?

ଅତି ପାଖରେ ଥିବା ମୋ ପରିବାର ?

ମୋ ଠାରୁ ଏତେ ଦୂରରେ କାହିଁକି ?


ଏହା କଣ ସତ୍ୟ ମୁଁ ଦୁର୍ବଳ କାୟ !

ଅପାରଗ, ଅନୁପଯୋଗୀ ଏବଂ ଅଯୋଗ୍ୟ ?


ନିଜର ଯୋଗ୍ୟତା ଗଠନ ପାଇଁ 

ସମ୍ପର୍କ କୁ ଶେଷ କରିଦେବା ,

କେତେ ଠିକ୍ ?

ଆଜି ବି ଅପେକ୍ଷା ରେ ,

ଏକ ଅବଶିଷ୍ଟ ଅବଶୋଷ୍ ହେଇ ।



Rate this content
Log in

Similar oriya poem from Abstract