ଅବଶୋଷ
ଅବଶୋଷ
ଅବଶୋଷ /ଅବସୋସ
ଆଜି ବେଳ କାହିଁ
କାହାରି ପାଖରେ
ଚାହିଁବାକୁ କାହା ମୁହଁକୁ,
ପିଲା ଠାରୁ ବୁଢ଼ା
ସଭିଏଁ ବ୍ୟସ୍ତ
ଧରି ନିଜ ନିଜ କାମକୁ l
ଯୁଗ ବଦଳିଛି
ତା'ସାଥେ ବଦଳି
ଯାଇଛି ସମୟର ସ୍ୱର,
କ୍ଷଣିକ ଭିତରେ
ଜାଣି ହେଉ ଅଛି
ଦେଶ ବିଦେଶର ଖବର l
ତଥାପି କାହିଁକି
ମୁହଁ ରେ ଫୁଟୁନି
ହୃଦୟ ଖୋଲା ହସ,
ଦୂର ଦେଶୁ ସନ୍ତାନର
ମୁହଁ ଦେଖିବା ଆଶା
ଦିନୁ ଦିନ ହୁଏ ଶେଷ l
ସବୁ କିଛି ବଦଳିଛି
ବିଜ୍ଞାନ ଆମକୁ
ଅନେକ ଦେଇଛି,
ତଥାପି ମେଣ୍ଟାଇ
ପାରୁନି ସେ
ମମତାର ଅବଶୋଷ l
