STORYMIRROR

SUJATA DAS

Abstract

4  

SUJATA DAS

Abstract

ଅବଶୋଷ

ଅବଶୋଷ

1 min
232


ଏପାଖେ ଜୀବନ,,,,,, 

  ଆରପାଖେ ମୃତ୍ୟୁ,,,,, 

    ମଝିରେ ଜଳୁଛି ମନ, 

ଆଖି ଲୁହ ସାଥେ,,,,, 

   ଓଠ ହସ ମିଶି,,,,, 

     ଗଢ଼ିଥିଲେ କିଛି ସ୍ବପ୍ନ l

ତୁଳୀ ଧରି ଯେବେ,,,, 

  ଆଙ୍କି ବସୁଥିଲି,,,,, 

    ଫୁଟି ଉଠେ ତୁମ ଛବି, 

କେଜାଣି କାହିଁକି,,,, 

   ପାରୁନି ଆଙ୍କି ମୁଁ,,,, 

    ଫିକା ମୋ ଜୀବନ ରବି l

ଭିଜୁଥିଲା କେବେ,,,, 

  ଦେହ ମନ ଆତ୍ମା,,,,, 

   କୃଷ୍ଣଚୁଡା ରଙ୍ଗେ ମଜ୍ଜି, 

ବିରହର ଜ୍ୱାଳା,,,,, 

  ଜାଳିଦିଏ ମନ,,,, 

   ଅବଶୋଷେ ଯାଏ ଭିଜି l

ଅଞ୍ଜୁଳା ଅଞ୍ଜୁଳା,,,,, 

  ଶବ୍ଦ ଫୁଲ ଦିନେ,,,,, 

    କବିତାରେ ଗୁନ୍ଥି ଥିଲି, 

ଲେଖନୀ ଝୁରୁଛି,,,, 

  ଝାଉଁଳି ଯାଇଛି,,,,, 

    ବିଷାଦେ ପଡିଛି ଲାଲୀ l

ଶୂନ୍ୟତା ଘେରିଛି,,,,, 

  ମୃତ୍ୟୁ ଜଗିଛି,,,, 

     ଦିଶାହୀନ ସବୁ ଆଜି, 

ଶବ୍ଦ ପୁଞ୍ଜ ଏକା,,,,, 

  ସାଥୀ ହୃଦୟର,,,,, 

    ଆପଣାର ବନ୍ଧୁ ସାଜି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract