STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ଅବଶୋଷ..

ଅବଶୋଷ..

1 min
240


କିଛି ନ କହିଲ ନାହିଁ, 


ଅସୁବିଧା ତ ନାହିଁ,,, 


କ'ଣ ଅସୁବିଧା ଯେ..? 


ନ ଶୁଣି ବି ତ ବୁଝି ହୁଏ, 


ଅନେକ ଅଜଣା କଥା, 


କିଛି ନୀରବରତାର...!


କିଛି ନ ଶୁଣିଲ ନାହିଁ, 


ବୁଝିବାକୁ ତ ହେବ, 


ଅନେକ ବେଦନାକୁ, 


କ'ଣ ବୁଝି ପାରିବନି..? 


ହଁ ମୁଁ କହୁଛି କିଛି ମୋ 


ଅସହାୟତାର କଥା,, 


କିଛି ବିଶେଷ ଭାବରେ


ନ ହେଲେ ବି ତ ନାହିଁ,


କିଛି ଭାବର,ବୋଧର, 


କିଛି ଆଶାର,ନିରାଶାର, 


କିଛି ଅଭାବ ବୋଧର, 


ନିଃଶ୍ଚୁପ,ଗଭୀରତାର..! 


କିଛି ବି ଅବବୋଧର, 


ହୃଦୟର, ଯନ୍ତ୍ରଣାର,


କିଛି ଅତ୍ମୀୟ ପଣର.. 


ଅବଶ୍ୟ ସେ ସବୁ ବି..


କେଉଁ ଆବଶ୍ୟକତାର 


ପୂର୍ଣ୍ଣ ପୂର୍ତ୍ତି ପାଇଁ ନୁହେଁ,


କିଛି ଅବଶୋଷର..!


ଅପେକ୍ଷାର ଉନ୍ମେଷ ବି 


ପକ୍ଷୀ ପରି ନୁହେଁ ଯେ, 


ପାଣି ସରିଗଲେ ସେ,  


ପୁଣି ଉଡ଼ି ଯିବ କେଉଁ 


ଦୂର ଆକାଶ ବକ୍ଷକୁ,, 


ମାଛ ପରି ବଂଚିବାକୁ 


ଚାହେଁ,ନୀରବଛିନ୍ନର, 


ଯିଏ ପାଣି ଶୁଖିଗଲେ


ବି,ହେଉ ପଛେ ମୃତ୍ୟୁ, 


ସେ ନିଶ୍ଚିତ ମୃତ୍ୟୁରେ 


ତଥାପି ଥିବ ତ ତାହାର 


ସେ ଆପଣା ପଣ ଭାବ, 


ନ'ଥିବ କେଉଁ ଯନ୍ତ୍ରଣା 


ସେ ଅହେତୁକ କ୍ଷୋଭର, 


ତଥାପି ସେ ମୃତ୍ୟୁ ଯେ 


ଶହେ ଗୁଣ ଭଲ,ଏହା 


ଅବଶ୍ୟ ଶ୍ରେୟସ୍କର..!









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract