ଅବିସ୍ମରଣୀୟ
ଅବିସ୍ମରଣୀୟ
ସାତ ସମୁଦ୍ରରୁ ଖୋଜି ଆଣିଥିଲୁ
ଅମୂଲ୍ୟ ମୁକୁତା ମାନ,
ତେରନଈ ପାରି ଉଭାହୋଇଗଲେ
ମୋ ଗ୍ରାମ୍ୟ ସ୍କୁଲ ପ୍ରାଙ୍ଗଣ।
ଗଗନ, ପବନ ପ୍ରକମ୍ପିତ ହେଲା
ଅପୂର୍ବ ଥିଲା ମିଳନ,
ନବ ଇତିହାସ ହୋଇଲା ରଚିତ
ଅନନ୍ୟ ବନ୍ଧୁମିଳନ।
ଦୀର୍ଘ ସମୟର ବ୍ୟବଧାନ ପରେ
ଅଭୁଲା ସେ ଅନୁଭୂତି,
ଭୁଲି ହେବନାହିଁ ସେ ସ୍ନେହର ମୂଲ
ଅବିସ୍ମରଣୀୟ ପ୍ରୀତି।
ଥିଲୁ ଦିନେ ସାଙ୍ଗ ହୋଇଗଲୁ ବନ୍ଧୁ
ନବ ବର୍ଷ ଆଗମନେ,
ସଭିଙ୍କର ସୁଖ ଦୁଃଖେ ସାଥୀ ହୋଇ
ରହିବା ସାରା ଜୀବନେ ।
ପ୍ରଣତି ମହାପାତ୍ର