STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଅବିନାଶୀ ଆତ୍ମା

ଅବିନାଶୀ ଆତ୍ମା

1 min
168


ମଣିଷ ଶରୀରେ ଆତ୍ମା ବିରାଜିଛି ସେ ଅବିନାଶୀ

ଭୁକୁଟି ମଧ୍ୟରେ ମଞ୍ଚାସିନ ହୋଇ ଯାଏ ଝଲସି।


ପଞ୍ଚଭୂତ ନେଇ ଗଢା ଏ ଶରୀର ଆତ୍ମା ହିଁ ସାକ୍ଷୀ

ଜନ୍ମ ନେଇ କର୍ମ ଭୋଗେ ପ୍ରତିଦିନ ଦିଏ ପରଖି।


ମନ ବୁଦ୍ଧି ସଂସ୍କାରକୁ ନେଇ ଆତ୍ମା ତ ବିଦ୍ୟମାନ

ଜ୍ଞାନ ଗୁଣ ଶାନ୍ତି ପବିତ୍ରତା ଶକ୍ତି ଯେ ଦିବ୍ୟ ଗୁଣ।


ଶସ୍ତ୍ରରେ କଟେନା ଅନେକ ଜଳେନା ତାହା ଗାରିମା

ଶୁଖେନି ପବନେ ଭିଜେନି ଜଳରେ ବଡ ମହିମା।


ଜନ୍ମ ମୃତ୍ୟୁ ଚକ୍ରେ ଘୁରି ଘୁରି ଶେଷେ ହୋଇ ନିସ୍ତେଜ

ପରମାତ୍ମା ସଙ୍ଗେ ସଙ୍ଗମ ପାଇଁକି କରିଛି ଆଶ।


ଆସ ହେ ଭକତେ ନ ଭାବି ନିଜକୁ ଏକଇ ଦେହ

ବିଦେହୀ ଆତ୍ମାର ଅଧିକାରୀ ତୁମେ ସର୍ବତ୍ର କୁହ।


ଶାନ୍ତିକୁ କରସ୍ଵଧର୍ମ ନିଜର ଦିବ୍ୟତା ଭୂଷଣ

ଜନ୍ମ ଜନ୍ମାନ୍ତର ପାପ ଧୋଇ ଦେବେ ସେ ଦାରୁବ୍ରହ୍ମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action