STORYMIRROR

Sagar Kumar Parida

Abstract Classics

3  

Sagar Kumar Parida

Abstract Classics

ଅଭୁଲା ସ୍ଥାନ

ଅଭୁଲା ସ୍ଥାନ

1 min
179

ଦେଖିଛି ଜୀବନେ ଅନେକ ସ୍ଥାନ

ସବୁକିଛି ମନେ ନାହିଁ,

କିଛି ସ୍ଥାନ ମୋର ମନର ମଧ୍ୟରେ

ରହିଛି ଅଭୁଲା ହୋଇ।।

ବାଙ୍କମୁଣ୍ଡି ମା ଦେଖିବା ପାଇଁକି

ମନରେ ଆଗ୍ରହ ଭରି,

ଗ୍ରାମ ଲୋକମାନଙ୍କର ସାଥେ ମୁହିଁ

ସେ ସ୍ଥାନକୁ ଗଲି ଚଳି।।

ଜଙ୍ଗଲ ପଥରେ ସଂକୀର୍ଣ୍ଣ ରାସ୍ତା

ପଡ଼ିଅଛି ସେହିଠାକୁ,

ହିଂସ୍ର ଜନ୍ତୁ ପରିପୂର୍ଣ୍ଣ ସେହି ରାସ୍ତା

ଡ଼ରଲାଗେ ଚାଲିବାକୁ।।

ସାଇକେଲ ଦୁଇ ଚକିଆ ଯାନକୁ

ରଖି ଗୋଟିଏ ଗ୍ରାମରେ,

କିଛି ଦ୍ଵର ପାଦେ ଚାଲି ଚାଲି ଯାଇ

ପଂହଁଚିଲୁ ସେ ସ୍ଥାନରେ।।

ବାଉଁଶ ବଣରେ ଶୁଶୋଭିତ ସ୍ଥଳୀ

ଅପୂର୍ବ ସୁଷମା ରାଶି,

ଆଦିବାସୀ ଲୋକ ପୂଜା କରୁଥିଲେ

ମାଙ୍କୁ ଆନନ୍ଦେ ମିଶି।।

ବାଘ ଜଗେ ରାତ୍ରେ ମାତାଙ୍କ ପ୍ରତିମା

ଶୁଣି ଲାଗିଲା ଆଶ୍ଚର୍ଯ୍ୟ,

ମାଙ୍କ ନାମକୁ ସ୍ମରଣ କରିଲେ

ପଦ କଷ୍ଟ ଦୂରୀଭୁତ।।

ବାଙ୍କମୁଣ୍ଡି ମାତା ଅତୀବ ପ୍ରସିଦ୍ଧ

ବଡ଼ମ୍ବା ମୂଲକ ଗର୍ବ,

ବଣ ଦୁର୍ଗା ମାତା ବାଙ୍କ ମୁଣ୍ଡି ନାମେ

ଏହି ସ୍ଥାନରେ ବିଖ୍ୟାତ।।

ସେ ପବିତ୍ର ସ୍ଥାନ ଅତୀବ ମହାନ

ହୃଦୟରେ କଲା ଘର,

ପ୍ରକୃତିର ଦୃଶ୍ୟ ମାତାଙ୍କ କରୁଣା

ସୌନ୍ଦର୍ଯ୍ୟର ଗନ୍ତାଘର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract