ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
କୁଆଡେ ବୁଡ଼ିଲା ଆମରି ସମ୍ପର୍କ
ଭୁଲିଗଲୁ ପଛକଥା
ଆଜି ମୋତେ ତୁହି ଏକା କରିଦେଇ
ଚାଲିଗଲୁ କାହିଁ ମିତା |
ପ୍ରତିଜ୍ଞା କରିଲୁ ଆଲୋ ପ୍ରଜ୍ଞା ମୋର!!
ସଦା ସାଥୀ ହେବୁ ବୋଲି
ଆଜି ସେ ପ୍ରତିଜ୍ଞା କେଉଁଠି ଭୁଲିଲୁ
ଭାବି ମୁଁ ହେଉଛି ଭାଳି |
କେମିତି ଭୁଲିଲୁ ଅଭୁଲା ଦିନକୁ
ମୁଁ ଜମା ପାରୁନି ଭୁଲି
ପ୍ରତିକ୍ଷଣେ ପ୍ରିୟା ମୋ ମନେ ପଡୁଛି
ଆମର ସେ ସ୍ମୃତି ଖାଲି |
ଭଲ ପାଇଥିଲି ହୃଦୟରୁ ତୋତେ
ଭୁଲ କରିନାହିଁ ଜମା
କହ କାହିଁ ପ୍ରିୟା ମୋତେ ଛାଡି ତୁହି
ହେଲୁ କାହା ରାଜଜେମା |
ତୋ ଛଳ ପ୍ରେମରେ ପ୍ରେମିକ ହୋଇ ମୁଁ
ସତରେ କାନ୍ଦୁଛି କେତେ
ଜିଇଁ ଥାଉ ଥାଉ ମରିଗଲି ଆଜି
ଭଲପାଇ ପ୍ରିୟା ତୋତେ |

