Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Abstract

2  

padmaja pati

Abstract

ଅଭୁଲା ଇତିହାସ

ଅଭୁଲା ଇତିହାସ

1 min
220


ଆମ ରାଜଧାନୀ ଦିଲ୍ଲୀର ଗୌରବ

ବଢିଛି ଯାହାର ପାଇଁ

କୁତବ ମୀନାର, ତାଜମହଲକୁ

ଦେଖି ଆସ ଥରେ ଭାଇ l

ଇଣ୍ଡିଆ ଗେଟ ତ ଏବେ ବି ଗାଉଛି

ବୀର ଶହୀଦର ଗାଥା

ଅମ୍ଲାନ ବୀରତ୍ବ, ଅମର ଯବାନ

ଏ କଥା ମନେ ରଖିଥା l

ଆମ ନୃତ୍ୟ କଳା ପୃଥିବୀ ପ୍ରସିଦ୍ଧ

ପାରିବ କିଏ ବଖାଣି?

କଳାକାର ଅଙ୍ଗଭଙ୍ଗୀ କହେ କଥା

ଫୁଟାଇ ଅପୂର୍ଵ ଠାଣି l

ଜନରାଜ୍ୟ ଦିବସର ମହତ୍ତ୍ୱକୁ

ବୁଝିଛି ସାରା ଭାରତ

ଆମରି ନାଆର ନାଉରୀ ହେବାର

ସପନ ହୋଇଛି ସତ l

ଗୋଟିଏ ପତାକା ତଳେ ହୋଇ ଠିଆ

ନେବାରେ ଆମେ ଶପଥ

ଦେଶର ଏକତା ରଖିବା ଅତୁଟ

କୁସୁମିତ ହେବ ପଥ l


Rate this content
Log in

Similar oriya poem from Abstract