STORYMIRROR

sulochana Bisoyi

Tragedy Others

3  

sulochana Bisoyi

Tragedy Others

ଅଭୁଲା ଦିନ

ଅଭୁଲା ଦିନ

1 min
305

କିଏ ଆଣି ଦେବ ମୋତେ ମୋ ପିଲା ଦିନ

   ବିତିଅଛି ଦିନ ହେଲେ ରହିଅଛି ଚିହ୍ନ‌

ଯାହା ପାଇଁ ପଲ୍ଲବିତ ମୋ ଶୁଷ୍କ ଜୀବନ 

   ନବ ଉନ୍ମାଦ ରେ ଭରି କଲା ପରିପୂର୍ଣ୍ଣ 

ବିଦଗ୍ଧ ମାନସ ଶୂନ୍ୟ ଚିତ୍ର ପଟେ 

   ଆଙ୍କି ଦେଇ ସେ ଛବି ତା ନାମକୁ ରଟେ 

ଅଜ୍ଞାନ ତିମିର ନାଶି ନେଲା ଜ୍ଞାନ ବାଟେ 

   ଜ୍ଞାନ ବଳେ ବସିଲି ମୁଁ ଉଚ୍ଚାସନେ ଥାଟେ 

ଇଚ୍ଛା ହୁଏ ଫେରିଯିବି ସେହି ପିଲା ଦିନେ 

   ଭଅଁର ସାଜି ଉଡିବି ବିଦ୍ୟାଳୟ ଉପବନେ 

ସୁସ୍ବରେ ପ୍ରାର୍ଥନା ଗାଇ ପ୍ରଭୁଙ୍କ ସ୍ମରଣେ 

   ପ୍ରଣାମ କରିବି ଯାଇ ଗୁରୁଙ୍କ ଚରଣେ 

ଛାଟ ମାଡ଼ ଭୟେ ପଢା ଯେତେ ପଢା ମୁଁ ସାରିବି

   ପଢା ଶେଷେ ପଡ଼ିଆରେ ଖେଳ ମୁଁ ଖେଳିବି 

ସାଙ୍ଗ ମେଳେ ଖେଳି ଯେବେ ଭୁଲ୍ ମୁଁ କରିବି 

   ଗୁରୁଙ୍କ ଆକଟ କାନ ଟଣାକୁ ଡରିବି

ପ୍ରତିଯୋଗିତା ରେ ଜିଣି ଖୁସି ହେଉଥିବି 

    ବାପା ମାଆ ଗୁରୁଜନ ଆଦର ଲଭିବି 

ହୃଦୟ ଆଜି ବି ଚାହେଁ ସେ ଦିନେ ଫେରିବି

    ସେ ଅଭୁଲା ସ୍ମୃତି ମୁଁ ହୃଦେ ସାଇତିଵି ।


Rate this content
Log in

Similar oriya poem from Tragedy