ଅଭୁଲା ଅଲିଭା ସେ ଶ୍ରାବଣ ରାତି
ଅଭୁଲା ଅଲିଭା ସେ ଶ୍ରାବଣ ରାତି
ଅଭୁଲା ଅଲିଭା ସେହି ଶ୍ରାବଣ ରାତି
ସ୍ମରଣରେ ଶିହରିତ ହୁଅଇ ଛାତି ।
ଆକାଶରେ ଘଡ଼ଘଡି଼ ବିଜୁଳି ଚମକ
ଉଚ୍ଚ ସ୍ବରେ ରାବୁଥିଲେ ଜଳାଶୟେ ଭେକ
ବୁକୁକୁ ଜଡ଼ାଇ ଧରି ଭୟରେ କାତର
ଉଠୁଥିଲା ମୋ ତନୁରେ ପ୍ରୀତିର ଜୁଆର
ଅନୁଢା ସେ ବୟସର କେତେ ଯେ ତାତି
ଅଭୁଲା ଅଲିଭା ସେହି (୧)
ଆଜି କେବଳ ଗୁମରେ ମନ ତଳେ ତାହା
କେତେ ମିଠା ଥିଲା ସତେ ତୁମର ସେ ଛୁଆଁ
ସପ୍ତରଙ୍ଗୀ ଇନ୍ଦ୍ରଧନୁ ମନ ଆକାଶରେ
ଉଇଁଉଠି ଭିଜାଇଲା ତାହାର ରଙ୍ଗରେ
ଚିର ସଙ୍ଗିନୀ କରି ବି ଖୋଜେ ସେ ସ୍ମୃତି
ଅଭୁଲା ଅଲିଭା ସେହି (୨)