STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଅଭୁଝା ପକ୍ଷୀର ଦୁଃଖ

ଅଭୁଝା ପକ୍ଷୀର ଦୁଃଖ

1 min
14.4K


ଶରତ କୁମାର ଦାସ


ବଣର ପକ୍ଷୀ ଆଉ ଫେରୁନି ବଣକୁ

ଭୁଲି ଯାଇଛି ସେ ବତାସ, ଝରଣା, ପାହାଡ଼

ତରୁଲତା, ଶ୍ୟାମଳ,ସୈକତ

ସୂର୍ଯ୍ୟୋଦୟର ନୂଆ ଝଲକରେ

ବିଭୋର ହୋଇ

ସ୍ଵପ୍ନ ଦେଖୁଛି ଏକ

ନୂଆ ସକାଳର.....

ଏଠି ସେ

କଂକ୍ରିଟ ଗଛର ଡାଳରେ ବସି

ନାଚୁଛି, ଗାଉଛି, ନିଡ ତିଆରୁଛି

ଧୁଳି ଧୂଆଁ ପବନରେ

ଶ୍ଵାସରୁଦ୍ଧ ହୋଇ

ନୂଆ ନୂଆ ସାଙ୍ଗକୁ ଭେଟୁଛି

ପ୍ରେମ ସଜାଡୁଛି.....

ଯେବେ ସେ ବୁଝିବ

ଏଠି ସବୁ ଛଳନାର ଖେଳ

କୁହୁକ ଭର୍ତ୍ତି ମାୟାବୀ ଅନ୍ଧାର

ଚତୁର ବ୍ୟାଧ ଜାଲରେ

ଘେରି ରହିଛି ତା ଚତୁଃପାର୍ଶ୍ଵ ବଳୟ

ସେତେବେଳେ ତା

ମିଠା କଣ୍ଠର ଗଜଲ

ଅପସରି ଯାଇଥିବ

ଉଭାନ୍ ହୋଇ ସାରିଥିବ

କୁହୁଡିର ଘର

ଚାହିଁଲେ ବୀ ସେ

ଫେରି ପାରେନି ବଣକୁ

ବୁଢୀ ମାଆର ରଜାଘର ଗପ ବଳି

ରାଜକୁମାରୀ ଅକାଳେ

ଝାଉଁଳି ପଡିବ......॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics