STORYMIRROR

CHINMAYEE PRADHAN

Abstract Tragedy Fantasy

3  

CHINMAYEE PRADHAN

Abstract Tragedy Fantasy

ଅଭିଯୋଗ କରିବିନି

ଅଭିଯୋଗ କରିବିନି

1 min
238


ଜନମକାଳୁ ମୁଁ ଦୁଃଖ ତ ଦେଉଛ

   ସୁଖ ଟିକେ ପାଇଲିନି,

ହସି ହସି ସବୁ ସହିଯିବି ପ୍ରଭୁ 

   ଅଭିଯୋଗ କରିବିନି। 


ତୁମେ ତ ଗଢିଛ ଏଇ ସଂସାରକୁ 

   କରୁଛ ଦିବା ରଜନୀ, 

ତୁମ ଇଚ୍ଛା ସବୁ ମାନିନେବ ପ୍ରଭୁ 

   ଅଭିଯୋଗ କରିବିନି।


ଶୂନ୍ଯ ପୃଥିବୀରେ ତୁମେ ପୂର୍ଣ୍ଣବ୍ରହ୍ମ

   ରୂପ ଦେଖି ପାରିବିନି, 


ତୁମେ କାହିଁ ମତେ ଅନ୍ଧ କଲ ବୋଲି

   ଅଭିଯୋଗ କରିବିନି।


ତୁମେ ନିତି ଖାଅ ଷାଠିଏ ପଉଟି 

   ଉତ୍କଳ ମଉଡ଼ମଣି, 

ଉପାସଭୋକେ ମୁଁ ଯେତେବି ରହିଲେ

   ଅଭିଯୋଗ କରିବିନି।


କାହାକୁ ଦେଉଛ ଧନ ବାଣ୍ଟି ତୁମେ

   କାହାକୁ ଦେଉଛ ଜ୍ଞାନ,

ଧନ ଦେଇନାହଁ ଜ୍ଞାନ ଦେଇନାହଁ

   ଅଭିଯୋଗ କରିବିନି।


ତତଲା କଡେଇ ସଂସାରଟା ପରା

   ନିତି ହୁଏ ନର ଛାଣି, 

କାହିଁ ଏ ସଂସାରେ ଜନମ ଦେଲ ହେ

   ଅଭିଯୋଗ କରିବିନି।


ସ୍ୱାର୍ଥ ପଛେ ଧାଇଁ ଅରଜୁଛି ପାପ

   ମୂର୍ଖ ତ କିଛି ବୁଝେନି, 

ପାପୀ କଲ ବୋଲି କାହିଁ ତୁମେ ମୋତେ 

   ଅଭିଯୋଗ କରିବିନି।


ମୁନି ଋଷି ପରି ଜପତପ କରି 

   ମୁକ୍ତି କେବେ ଚାହିଁବିନି, 

ହେଲେ ତୁମ ମନ ପାଦେ ହେବି ଲୀନ 

   ଅଭିଯୋଗ କରିବିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract