STORYMIRROR

Trushna Das

Abstract Action Inspirational

3  

Trushna Das

Abstract Action Inspirational

ଅଭିଶପ୍ତ

ଅଭିଶପ୍ତ

1 min
305

ଜୀବନ ନୁହଁ ଅଭିଶପ୍ତ 

ଜୀବନ ତ ଆଶୀର୍ବାଦ ଈଶ୍ୱରଙ୍କ ଦତ୍ତ

ସମୟ ଖରାପ ଥିଲେ ଜୀବନେ ଆସି ଥାଏ କଷ୍ଟ

ସମୟ ଥିଲେ ସମୟ ହୋଇ ଥାଏ ମଙ୍ଗଳମୟ

ଏ ସବୁ ସମୟର ଖେଳ। 


ଜୀବନ ନୁହଁ ଅଭିଶପ୍ତ 

ଖରାପ ଥିଲେ ସମୟ 

ଲାଗେ ଜୀବନ ହୋଇ ଗଲା ବର୍ବାଦ 

ନିରନ୍ତର ଚେଷ୍ଟା ପରେ ମଧ୍ୟ ମିଳି ନ ଥାଏ ସଫଳ

ଖଳ ପ୍ରକୃତି ଲୋକମାନେ ଦେଖି, ହସି କରୁଥାନ୍ତି ନିନ୍ଦା ଅପମାନ।


            

ଜୀବନ ଯେ ନୁହଁ ଅଭିଶପ୍ତ 

ଯେ କେତେ ମଙ୍ଗଳମୟ

ତାହା ଜଣା ପଡେ ଆସିଲେ ଭଲ ସମୟ

ଚେଷ୍ଟା କରୁଥିଲେ ମିଳିଥାଏ ମିଠା ଫଳ

ଆପେ ଆପେ ଚଢି ହୋଇ ଯାଏ ସଫଳତାର ପାହାଚ 

ଶୀର୍ଷରେ ପହଞ୍ଚି ଯେବେ ଦେଖିବ

ତଳେ ଛିଡା ହୋଇ ଇର୍ଷାରେ ମୁହଁ ଶୁଖାଇ ଛିଡ଼ା ହୋଇ ଥିବେ ଖଳ ପ୍ରକୃତିର ଲୋକ। 


ଜୀବନ ନୁହଁ ଅଭିଶପ୍ତ 

ଖରାପ ସମୟରେ ନିଜ ଉପରେ ନ ହୋଇ ବିରକ୍ତ

ଧର୍ଯ୍ୟର ସହ ସମୟ ଉପରେ ଭରସା ରଖ 

ହୋଇ ଭଗବାନଙ୍କ ଭକ୍ତ

କରି ଚାଳ ଚେଷ୍ଟା ନିରନ୍ତର 

ନିଶ୍ଚୟ ଆସିବ ଭଲ ସମୟ

ଉଚ୍ଚ ଶିଖରେ ପହଞ୍ଚିବ ହୋଇ ସଫଳ 

ସମସ୍ତେ କରିବେ ପ୍ରଶଂସା ଅହରହ 

ସବୁ ଦିନ ପାଇଁ ଖଳ ପ୍ରକୃତିର ଲୋକଙ୍କର ମୁହଁ ହୋଇ ଯିବ ବନ୍ଦ 

ସେଥିପାଇଁ ଜୀବନ ନୁହଁ ଅଭିଶପ୍ତ

ଜୀବନ ତ ଆଶୀର୍ବାଦ ଈଶ୍ୱରଙ୍କ ଦତ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract