STORYMIRROR

jyotsna mayee panda

Classics

3  

jyotsna mayee panda

Classics

ଅଭିଶପ୍ତ ଦୀପଶିଖା

ଅଭିଶପ୍ତ ଦୀପଶିଖା

1 min
253

ମୁଁ ଏକ ଅଭିଶପ୍ତ ଦୀପଶିଖା

ଭାଗ୍ୟ, ଅଭାଗ୍ୟ ସବୁ ମୋର

ଅଶ୍ରୁ, ବେଦନା ସବୁ ମୋର

ଦୁଃଖ, ଅବଶୋଷ ସବୁ ମୋର

ଜୀବନ ମୋର ସତରେ ଏକ

ଅଭିଶପ୍ତ ସ୍ୱପ୍ନର ସମ୍ଭାର

ବଞ୍ଚିଛି ଏ ଶୂନ୍ୟତା ଭିତରେ

କାହାକୁ କେବେ କରିନି ନିଜର

ଜଳିଯାଏ ନିଜକୁ ନିଶେଷ କରି

କେତେ କାମନା କେତେ ବାସନା

ସେ ଲେଲିହାନ ଶିଖାରେ ସମର୍ପି

କେବେ ଚିନ୍ତା କରେନି ସେ ସୁଖ ପାଇଁ

ଜଳି ଜଳି ନିଶେଷ ହୁଏ ଅନ୍ୟ ପାଇଁ

କେତେ କରୁଣ ସେ ଦୁଃଖ ଦେଖେ

ମୋ ସୁନ୍ଦର ଶିଖାକୁ ସେ ଭଲ ପାଏ

ହେଲେ ପାଖକୁ ଆସିଲେ ନିଜେ ଜଳିଯାଏ

ସୁନ୍ଦର ଶରୀରଟା ଆକାଶରେ ମିଶିଯାଏ

ଆତ୍ମା ଚାଲିଯାଏ ଅନ୍ତରୀକ୍ଷକୁ

ତଥାପି କେବେ କ୍ଷୋଭ କରେନି

ମୃତ୍ୟୁ ତାର ହେଲା ମୋପାଇଁ ବୋଲି

ତଥାପି ସେ ମୋତେ ଭଲପାଏ

ହୃଦୟରୁ ମନ ଖୋଲି

କେବେ ନିନ୍ଦା ଦିଏ ନି ମୁଁ ପ୍ରତାରଣା ଦେଲି ବୋଲି

କାରଣ ସେ ଜାଣିଛି ମୁଁ ସ୍ୱାର୍ଥପର ନୁହଁ ବୋଲି

ନିଜେ ଜଳି ଅନ୍ୟକୁ ଆଲୋକ ଦିଏ ବୋଲି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics