ଅଭିସାର ରଜନୀ
ଅଭିସାର ରଜନୀ
ତୃପ୍ତ ଦୁଇ ଆଖି ଧାରେ
ଅଙ୍କା ଯାଇଥିବା ଦୀପ୍ତ କଜ୍ଜ୍ଵଳର ରେଖା
ତଡ଼ିତ୍ ପ୍ରଭା ସମ ଉଜ୍ଜ୍ୱଳବର୍ଣ୍ଣା ,
ମୁଖ ମଣ୍ଡଳର ଜ୍ୟୋତି ,
ଚିବୁକ ରେଖାରେ ଶୁଭ୍ରଜ୍ୟୋସ୍ନାର ଚମକ ,
ପଦ୍ମିନୀ ସମ ଲଳିତ କୋମଳ ଓଠରେ
ଶୃଙ୍ଗାର ରଚୁଥିବା ହସର ପଲ୍ଲବ ,
ଗଣ୍ଡଦେଶରେ ଆଦ୍ୟ ଯୌବନର,
ସନାତନ ଶାଶ୍ଵତ ମହ୍ଲାର ,
କବରୀରେ ସଯତ୍ନେ ସାଇତା ,
ସୁବାସିତ କୁସୁମ ସମ୍ଭାର ,
ସେଥିରେ ଏଇ ଯେ,
ମେଘ ମେଦୂର ରଜନୀ ,
ପୁଣି ମେଘ ସହ ଲୁଚକାଳି
ଖେଳୁଛି ଚାନ୍ଦିନୀ,
ଆଉ ଏ ବିଜନ ବେଳାରେ
କେବଳ ତୁମେ ଆଉ ମୁଁ ,
ଖୋଲା ଆକାଶର ଚାନ୍ଦୁଆ ତଳେ
ଘାସ ଗାଲିଚାର ସୁକୋମଳ ଶେଯରେ
ଆଲୁଳାୟିତ କୁନ୍ତଳ
ଅସଜଡ଼ା ଅଳଙ୍କାର ବେଷ୍ଟିତ ତନୁ ମଣ୍ଡଳ
ନିରବ ଓଠରେ ଲାଜର ରାଜୁତି
ଧୀରେ ଧୀରେ ବ୍ୟତିବ୍ୟସ୍ତ କରୁଥିବା
ହୃଦୟର ପରିପାଟୀ ,
ସତ କୁହ ତ ଥରେ
ମୋ ଆଖିରେ ଆଖିରେ ମିଶାଇ
ପ୍ରେମ ପାଇଁ କ'ଣ ନିହାତି ଜରୁରୀ
ଗୋଟେ ନିବୁଜ କୋଠରୀ
ମିଞ୍ଜି ମିଞ୍ଜି ଜଳୁଥିବା ଆଲୁଅ
ଆଉ ତୂଳୀତଳ୍ପରେ ନିର୍ମିତ ବାସର ଶେଯ !!!