ଅଭିନୟ
ଅଭିନୟ
ଅଭିନୟ
*******
କବିଶ୍ରୀ ଗଗନ କୁମାର ଦାଶ
!!!!!!!!!!!!!!!!!!!!!!!!!!!!!!!!!!!!
"ମାନବ ଦେହ ମର୍ତ୍ତୈ ବହି,
ଦେବତା ହେଲେ ହେଁ ମରଇ।"
ଆମେ ଏ ଜଗତେ ଅଭିନେତା ଅଟୁ
ଆସୁ ଅଭିନୟ ପାଇଁ,
ନିଜ ନିଜର ଅଭିନୟ ସାରି
ଚାଲି ଯିବା ଯମ ଠାଇଁ ।
ଆମେ ଏ ଜଗତେ ଅଭିନେତା ଅଟୁ
ଆସୁ ଅଭିନୟ କାମେ,
ନିଜ ନିଜର ଅଭିନୟ ସାରି ଚାଲିଯିବା ଯମ ଧାମେ ।
କିଏ ହୁଏ ରାଜା କିଏ କଟୁଆଳ
କିଏ ବା ହୁଅଇ ମନ୍ତ୍ରୀ,
କିଏ ଯେ ଭିକାରୀ କିଏ ଅଧିକାରୀ
କିଏ ହୋଇଥାଏ ଯନ୍ତ୍ରୀ ।
କେ ହୁଏ ଘରଣୀ କେ ହୁଏ ଭଗିନୀ
କିଏ ବା ହୁଅଇ ଜାୟା,
କିଏ ପୁଅଝିଅ, କିଏ ବାପାମାଆ
ଏହାତ ସଂସାର ମାୟା ।
ଅଭିନୟ ଏଠି ଭିନ୍ନ ଭିନ୍ନ ରୂପେ
କରିଥାନ୍ତି ସବୁ ଜୀବ,
ନିଜ ନିଜର ରୁପ ଗୁଣ ଧରି
ଚାଲିଥାଏ ହାବ ଭାବ ।
କିଏ ପଶୁ ହୁଏ, କିଏ ପକ୍ଷୀ ହୁଏ
କିଏ ହୁଏ ସରିସୃପ,
ନିମ୍ନ ଯୋନିରେ ଯିଏ ଜନ୍ମ ହୁଏ
ସିଏ କରିଥାଏ ପାପ ।
କିଏ ଅଭିନୟ କରିଣ ଭୁଞ୍ଜଇ
ମର୍ତ୍ତ୍ୟରେ ସ୍ବାଦୁ ବ୍ୟଞ୍ଜନ,
କିଏ ଖାଇଥାଏ ପୋଚକା ଅଖାଦ୍ୟ
ତ୍ୟାଗ ଯାହା କରେ ଜନ ।
କିଏ ଶାକାହାରୀ କିଏ ମାଂସାହାରୀ
କିଏ ପୁଣି ତୃଣଭୋଜୀ,
କେ ରହେ ପ୍ରାସାଦେ କେ ରହେ କୁଟୀରେ
ଆଶ୍ରମରେ ଜଟାଧାରୀ ।
କେ ରହେ ପଙ୍କରେ, କେ ରହେ ଜଳରେ
କେ ରହେ ବାୟୁ ମଧ୍ୟରେ,
ମହାମାରୀ ବ୍ୟାପେ ବ୍ୟତିକ୍ରମ ହେଲେ
ଅସ୍ଥିରତା ପୃଥିବୀରେ ।
ସର୍ବେ ନିଜ ନିଜ ଅଭିନୟ ସାରି
ଫେରନ୍ତି ମରଣ ପଥେ,
କର୍ମ କହିଥାଏ, ସ୍ମୃତି ରହିଯାଏ
ମନେ ରଖନ୍ତି ଜଗତେ ।
ଅଭିନୟ କର କ୍ଷଣିକ ଜୀବନେ
ସୁକର୍ମ କରିବା ପାଇଁ,
ଧର୍ମ ଏଠି ଜୟ, ପାପ ର ତ କ୍ଷୟ
ଦେଖନ୍ତି ଜଗତ ସାଇଁ ।