STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ଅଭିନୟ

ଅଭିନୟ

1 min
398

ମୋ ଜୀବନ ଅଭିନୟ

ମୋ ଜୀବନ ଅନୁଭବ,

ତୁମ ପାଦ ତଳେ ପ୍ରଭୁ

ସମରପି ଦେଇଚିି ସର୍ବ।

ତୁମେ ତ ମୋର ଆରମ୍ଭ

ତୁମେ ମୋ ଜୀବନ ଶେଷ,   

ତୁମକୁ ପାଇଲା ପରେ 

ନାହିଁ ମୋର ଅବଶୋସ।

ମୋ ଭାଗ୍ୟରେ ଲେଖା ଯାହା

ସୁଖ ଦୁଃଖ ଭଲ ମନ୍ଦ,

ଜୀବନ ଲୁହର ନଈ

ନୌକା ମୋ ହସ କାନ୍ଦ।

ଏ ଜୀବନ ନଈଧାରେ

ନାଉରିଟିଏ ତ ହୋଈ,

ଅଥଳ ସାଗରେ ଏକା 

ପାରି କରି ଦବ ନେଇ।

କେବେ ଘୋର ଅନ୍ଧକାର

ବା ବତାସରେ ଭରା,

କେବେ ମନ ବଗିଚାରେ

ପଡ଼ଇ ସୁନେଲି ଖରା।

ଅଦିନିଆ ମେଘ ବର୍ଷା

ମୋ ଘର ନିଏ ଉଡେଇ,

ଘର ବୁଡ଼ି ପାଣି ଆସେ

ରଖିବ ଚକ୍ର ଘୋଡେଇ।

ତୁମ ପାଦ ତଳେ ପ୍ରଭୁ

ଶରଣ ନେଉଛି ଆଶା,

ଦୀନ ପ୍ରଭାତିର ଭୀଖା

ତୁମେ ହିଁ ମୋ ଭରଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational