STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ଅଭିନୟ

ଅଭିନୟ

1 min
198


  ଅଭିନୟ ବିଶାଳ ପରିଧି,,

ସମାଜରେ ବିଶ୍ୱାସର ଛାଞ୍ଚ

ସବୁଖାଲି ଅତର ଦିଆ

ପ୍ରୀତିଭରା ଆପଣାର ଭାବ,

ଆତ୍ମବଡିମାର ଆଢୁଆଳେ

ନିତି ହତ୍ୟା ସମ୍ପର୍କର,

ଜୀବନ ଲହରୀ ମଧ୍ଯେ

ଭାସିଆସେ ଫେନାୟିତ

ଉତ୍କଟ ଜହର .....

ଆଞ୍ଜୁଳାଏ ତୃଷ୍ଣାଲାଗି

ଓଠକୁ ସମର୍ପ,

ମଣିଷ ବି ଶାନ୍ତ ହୁଏ

ଶୋଣିତର ସ୍ରୋତେ,

ସୁଖଲାଗି ପାପର ପ୍ରବାହ

ତୃପ୍ତିଲାଗି କେତେ ଅର୍ନ୍ତଦାହ ।।

ବିବେକ ଭି ବଳିପଡେ

ପୁତ୍ରର ଛଳନା ଭିତରେ

ଭକ୍ତି ତା'ର ଦେଖିହୁଏ

ବୃଦ୍ଧ ଆଶ୍ରମରେ

ତଥାପି ସେ ମାଆ ମୃତ୍ୟୁପରେ

ଦାନ,ଧର୍ମ,ଭୋଜି,ଭାତ

ଶ୍ରାଦ୍ଧ ଦିବସରେ,

ଅଭିନୟ ସୁଦାୟାଦରେ ।।

ହାତଯୋଡା ଲକ୍ଷେ ପୂଜା

ଅରଚନା ନାମେ,ପାଟଶାଢୀ,ରୂପାବଳା,

ସୁବର୍ଣ୍ଣ ମୁକୁଟ,

ଦେଖାଣିଆ ଭକ୍ତି ପ୍ରଣିପାତ,

ଦର୍ଶନର ଟିକେଟ୍ ବି ବିକ୍ରିହୁଏ

କେତୋଟି ମୁଦ୍ରାରେ,

ବନ୍ଦୀ ସେଠି,ସର୍ବ ଶକ୍ତିମାନ

ଅଭିନୟ ଭକ୍ତି ପଣିଆରେ .....

ବାର୍ଦ୍ଧକ୍ୟର ମୁକ୍ତ ଆବାହନେ

ଲୋଡାହୁଏ କେଶକଳା

ଯୌବନର ଲାଳସା ଇଶାରେ

ତରୁଣର ଆବରଣେ

ଅଭିନୟ ବୟସ ଢଙ୍କାରେ......

କେତେପୁଣି ମର୍ଯ୍ୟାଦା ପୁରୁଷ

ପରକୀୟା ପ୍ରୀତି ଆଢୁଆଳେ

କାମନାର ଯୁଗଳ ବନ୍ଦୀରେ

ରାତ୍ରିର ଗୋପନ ପ୍ରେମ

ବାରଙ୍ଗନା ବାହୁ ବନ୍ଧନରେ

ଅଭିନୟ ଭଦ୍ର ଦୁନିଆରେ

ଶୁଭ୍ର ଆଲୋକରେ........

ସବୁଖାଲି ଅଭିନୟ

ନାଟକର ଜୀବନ ଚର୍ଯ୍ୟାରେ

କଳାକାର ଆମେସବୁ 

ମୁକ୍ତ ରଙ୍ଗମଞ୍ଚେ

ଦୁଇ ଦିନର ଆୟୁଷର

ଅନ୍ତ ଲେଖାଯାଏ

ଯବନିକାର କାଳିମା ବକ୍ଷରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract