The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

PUSPALATA SAHOO

Drama Inspirational

2  

PUSPALATA SAHOO

Drama Inspirational

ଅଭିନୟ

ଅଭିନୟ

1 min
105


ଏ ଦୁନିଆଁଟା ଗୋଟେ ରଙ୍ଗ ମଞ୍ଚ 

ଆମେ ତାର କଳାକାର 

ଆସିବା ଯିବା ଲାଗିଥିବ ସଦା 

ଏ ତ ଖେଳ ନିୟତିର ||

ସପନ ରଙ୍ଗରେ ସଜେଇ ହୋଇ 

କରୁ ଆମେ ଅଭିନୟ 

କିଏ ବା ଜାଣିଛି କାହା ଅଭିନୟ 

ହୋଇବ କେବେ ବିଲୟ ||

ଯେତେ ଦିନ ଥିବା ଏ ଧରା ଧାମରେ 

ରହି ଥିବା ସତ ପଥେ 

କରମ କରିବା ଧରମ ଅର୍ଜିବା 

ରହିବା ପରର ସାଥେ ||

ପରକୁ ମଣିବା ଆପଣାର ପରି 

କରିବାନି ଘୃଣା କେବେ 

ଦୁଃଖୀରଙ୍କି ଙ୍କର ସାଥି ହେଲେ ଆମେ 

ରହିବା ସୁଖରେ ତେବେ ||

ଅଭିନୟ ଆମ ସରିଲେ ଧରାରୁ 

 ନିଜ ବାଟେ ଯିବା ଚାଲି 

ଅଳପ ଦିନର ବାଟୋଇ ଆମେରେ 

ଛାଡି ଯିବା ଚି଼ହ୍ନ ଖାଲି ||

ଭଲ କର୍ମ ଯଦି କରିବା ଜୀବନେ 

 ହେବେ ଜଗନ୍ନାଥ ସାହା 

ଅଭିନୟ ଆମ ନିଖୁଣ ହୋଇଲେ 

ଜୀବନେ ମିଳିବ ରାହା ||



Rate this content
Log in

Similar oriya poem from Drama