ଅଭିନୟ
ଅଭିନୟ
ଦିନେ ମୁଁ ଫେରିଯିବି...
ତୁମେ ବି ଫେରିଯିବ,
ଫେରିଯିବା ସରବେ ଦିନେ..
ସାରି ନିଜ ଅଭିନୟ ।
ଯେବେ ମିଛ ପ୍ରହେଳିକା...
ଆଜିର ଏଇ ସମୟ,
ତୁଚ୍ଛାଟାରେ ତୁମେ କିମ୍ପାଇଁ...
କର ଗରବ ଅନୁଭବ ।
ସମୟ ସମୟର କଥା...
ଯିଏ ଏବେ ନିଜର,
କିଛି ସମୟ ପରେ...
ହୋଇଥିବ ଆଉ କାହାର ।
ଖରା ପରେ ବରଷା...
ବରଷା ପରେ ଶରତ,
ବରଷ ସାରା ପୁଣି...
ଚାଲିଥାଏ ଋତୁ ଚକର ।
ପରିବର୍ତ୍ତନଶୀଳ ପୃଥିବୀ...
ନୁହେଁ ପ୍ରତିଦିନ ସମାନ,
ଗରବ ଅହଂକାର କରି...
କାହିଁ ପାଇବ ଅସମ୍ମାନ ।
ଅଭିନୟ ଯେବେ ଜୀବନ...
ତ୍ୟାଗୀ ମିଥ୍ୟା ଅଭିମାନ,
ପରୋପକାର କରି ଆମେ...
ରଖିବା ନିଜର ମାନ ।
