Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

4.5  

Jagannath Barik

Romance

ଅଭିନୟ

ଅଭିନୟ

1 min
427


ମନା କରୁଥିଲି କରିବାକୁ ତୁମ

   ପତ୍ନୀରୂପେ ଯାଇ ଅଭିନୟ

ଅଭିନୟ କରୁ କରୁ ସତ ସତ

   ହୋଇଗଲା ଆମ୍ଭ ପରିଣୟ |


ଭଡ଼ାଘରଟିଏ ପାଇବାପାଇଁକି

   କେତେଆଡ଼େ ତୁମେ ବୁଲିଥିଲ

ଅବିବାହି ହେତୁ ଭଡ଼ାଘର ନାହିଁ

   ନିରାଶେ ମୋ ପାଶେ ପହଞ୍ଚିଲ |


ଦିନଟାଏ ପାଇଁ ପତ୍ନୀ ଅଭିନୟ

   କରିବାକୁ ମୋତେ କହିଥିଲ

ମଥାରେ ସିନ୍ଦୂର ହାତରେ ଶଙ୍ଖାକୁ

   ଶାଢ଼ୀ ପିନ୍ଧିବାକୁ ବାଧ୍ୟ କଲ |


ଯେମିତି କହିଲ ସେମିତି ତୁମକୁ

   ସରାଗରେ କଲି ସମ୍ବୋଧନ

ଅଧା ଓଢଣିକୁ ଟାଣି ଲାଜେ ଲାଜେ

   ତୁମ ପାଶେ ହେଲି ବିଦ୍ୟମାନ |


ଏ,ଆସ,କହୁନ,ଶୁଣମ ଇତ୍ୟାଦି

   କରିଥିଲି କେତେ ସମ୍ଭାଷଣ

ଅଜାଣତେ ମୋର ପ୍ରେମ ହୋଇଗଲା

  ମନ କରିଦେଲି ସମର୍ପଣ |


ଘର ମିଳିଗଲା ଗୋଟିଏ ରାତିରେ

   ଅଭିନୟ କଥା ଭୁଲିଗଲ

ନିର୍ଜନ ରାତିରେ ଗୋଟିଏ କକ୍ଷରେ

   ଆସି ମୋ କତିରେ ଶୋଇଗଲ |


ନିଆଁ ପାଶେ ଘିଅ ରହିବକି ଥୟ

   ଚୁମ୍ବକ ବିଷମମେରୁ ପ୍ରାୟ

ହେଉ ଆକର୍ଷିତ ହୋଇଲେ ମିଳିତ

  ନଥିଲା ମନରେ ପରଵାୟ |


ବି ଏ ରେ ଓଡ଼ିଆ ଅନର୍ସକୁ ନେଇ

  ପଢ଼ିଥିଲି ଯାହା ପୁସ୍ତକରେ 

ବିଦଗଧ ଚିନ୍ତାମଣି ପ୍ରେମରସ

  ଅନୁଭବ ହେଲା ବାସ୍ତବରେ |


କଲେଜ ପଢ଼ାରେ ମନ ଲାଗୁନାହିଁ

  ତୁମ ରୂପ ନାଚେ ନୟନରେ

ଘଡ଼ିଏ ଅନ୍ତର ସହିପାରୁନାହିଁ

   ମରୁଅଛି ତୁମ ବିରହରେ |


Rate this content
Log in

Similar oriya poem from Romance