Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Kumar Panda

Romance

2  

Sudipta Kumar Panda

Romance

ଅଭିନୟ

ଅଭିନୟ

1 min
111


ନିରୋଳା ଦେଖି ଜଗିଥାଏ ମୁହିଁ

ନିତି କଲେଜ ଯିଵା ରାସ୍ତାରେ

ମନେ ବାନ୍ଧି ଦୃଢ଼ ଆଶା

କାଳେ ପଡିଯିବ ମୋ ପ୍ରେମରେ । 


ସାହସ ହୁଏନି ପ୍ରେମପତ୍ର ଧରି

ଲୁଚେଇ ଧରେ ମୁଁ ହାତରେ

ଏମିତିଅା କଥା ନିତିଦିନର ଯେ 

ମିଛ ଅଭିନୟ ପ୍ରେମରେ।


କାହାକୁ କହିବି ମନର ବେଦନା

କାହା ହାତେ ଦେବି ଖବର 

ସେଦିନ ଯାତ୍ରାରେ ଏକୁଟିଆ ପାଇ

ପଛେ ଧାଇଁଥିଲି ତୁମର । 


ଏମିତି ଜୀବନେ ତୁମ ପଛେ ଧାଇଁ

କିଛି ଲାଭ ନାହିଁ ମୋହର

ସାହସ ଜୁଟାଇ ପଦିଏ କଥାରେ 

ପାଲଟିଲ ଅତି ନିଜର । 


ସମସ୍ତେ ଜାଣିଲେ ଆମ ପ୍ରେମ କଥା

ଚହଟିଲା ସାରା ଦୁନିଆ

ପ୍ରେମର କାହାଣୀ ଚହଳ ପଡ଼ିଲା

ସମାଜକୁ ଭୟ କିଆଁ ???..


Rate this content
Log in

Similar oriya poem from Romance