ଅଭିନୟ
ଅଭିନୟ
ଜଠରୁ ଲମ୍ଫ ଦେଇ
ଲଭିଲି ମହୀର ପରଶ
କ୍ରମେ ହେତୁଜ୍ଞାନେ ଶିଖିଲି
ମୋ ଜନମ ଉଦ୍ଦେଶ୍ୟ
ମିଳିଲା 'ଅଭିନୟ'ର ଆଭାସ ।
ମୁଁ, ମୋ କର୍ତ୍ତବ୍ୟ, କର୍ମ
ସବୁ ତା' ମଧ୍ୟେ ଲୀନ
ବାସ୍, ଗନ୍ତବ୍ୟର ସାଥେ
ହୋଇଗଲି ତଲ୍ଲୀନ ।
କାହା ମତରେ ମୁଁ କାଳେ ଧୂରୀଣ
ଅବା ନିତ୍ୟ ପରାହତ ସୈନ୍ୟ
କେବେ ନକରି କିଛିରେ ଭ୍ରକ୍ଷେପ
ପୁଣି କ୍ଷଣେ କା' ଉପରେ ଆରୋପ ।
ନିଆରା ମୋ କାର୍ଯ୍ୟକ୍ରମ
ଅବିଶ୍ରାନ୍ତ ଭାବେ ଦୃଶ୍ୟ ପରେ ଦୃଶ୍ୟ
ଯା' ସାଥେ ବି କଲେ ବିମର୍ଷ
ବାହାରେ ଏକ ହିଁ ନିଷ୍କର୍ଷ
କେବଳ, ବିଧିଦତ୍ତ "ଅଭିନୟ"
ଦିନ-ମାନ-ବର୍ଷ ।