STORYMIRROR

Chittaranjan Nanda

Abstract Others Children

4  

Chittaranjan Nanda

Abstract Others Children

ଅଭିନନ୍ଦନ ଦ୍ରୌପଦୀ ମୁର୍ମୁ

ଅଭିନନ୍ଦନ ଦ୍ରୌପଦୀ ମୁର୍ମୁ

1 min
395

ଓଡ଼ିଶାର ସେ କୋହିନୁର ହୀରା 

ଆଦିବାସୀ ଏବଂ ମହିଳା ପରା ।


ମଣିଷ, ମାନବିକ ମୂଲ୍ୟବୋଧର

ମଣିଷ ସେ ଏକ ସୁନ୍ଦର ହୃଦୟର ।


ସକ୍ଷମ, ଭଲ ମନ୍ଦ ବିଚାର କରିବାର

ଅଧିକାରିଣୀ, ଦୟା, କ୍ଷମା ଓ ସୁଗୁଣର ।


ତାଙ୍କ ବାଲ୍ୟ ଅବସ୍ଥା ଓ କୈଶୋର ସମୟ

ଥିଲା ତ ଅତ୍ୟନ୍ତ ସଂଘର୍ଷମୟ ।


ଅନେକ ଯନ୍ତ୍ରଣା ଭୋଗିଛନ୍ତି ଜୀବନରେ

ଚାଲିଗଲେ ସ୍ୱାମୀ ଶ୍ୟାମସୁନ୍ଦର ଅବେଳରେ ।


ଭି ଭି ଗିରିଙ୍କ ପରେ ସେ ଦ୍ଵିତୀୟ ବ୍ୟକ୍ତି

ଓଡିଆ ଭାବେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି ।


ମନେ ରଖ କେହି ରହେନା ଅମର 

ନିତି ଖୁସି ବାଣ୍ଟୁଥିଲେ ବୟସ ମାନିବ ହାର ।


ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରେମ ଯା ଅନ୍ତରେ 

ଜୀବନ୍ତ ରହେ ସେ ମଣିଷ ଚିର ।


ଆମେ ଓଡିଶାବାସୀ ଖୁଵ ଆନନ୍ଦିତ 

ସର୍ବଭାରତୀୟ ସ୍ତରରେ କରିବେ ଆମ 

ପ୍ରତିଷ୍ଠା ପ୍ରତିପାଦିତ ।


ଓଡ଼ିଶାର ଏ ପରା ଗୌରବର ଦିନ 

ନାହିଁ ଏଥିରେ ରାଜନୀତିର ପ୍ରଶ୍ନ  ।


ଆଗାମୀ ଦିନର ରାଷ୍ଟ୍ରପତି ମହୋଦୟା 

ଦ୍ରୌପଦୀ ମୁର୍ମୁଙ୍କୁ 

ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 

ଜଣାଏ ତାଙ୍କୁ  ।


Rate this content
Log in

Similar oriya poem from Abstract