ଅଭିନେତା
ଅଭିନେତା
ଭଲ ଅଭିନୟ କରି ପାରେ ବୋଲି
ସମସ୍ତେ ଅତି ନିଜର
ମୋ ମିଛକୁ ସତ ମଣନ୍ତି ସଭିଏଁ
ତେଣୁ ପରା କଳାକାର ।
ମୋ ଦେହ ମନରେ ପ୍ରତି ମୁହୂର୍ତ୍ତରେ
ନୂଆ ରଙ୍ଗ ବୋଲିଦିଏ
ଆପଣାକୁ ପର ପରକୁ ଆପଣା
ନିମିଷକେ କରିଦିଏ ।
ନୂଆ ରଙ୍ଗମଞ୍ଚ ଅନେକ ଚରିତ୍ର
ସମସ୍ତେ ମୋ ଅପଣାର
ପ୍ରତି ପ୍ରଶ୍ଵାସରେ ଏମାନେ ମୋ ପାଖେ
ବିଶ୍ଵାସରେ ଭରପୁର ।
ଭଙ୍ଗା ନଉକାର ସୀମାହୀନ ଆଶା
ଭିଜା ଭିଜା ଶିହରଣ
କଳ୍ପନା ରାଜ୍ୟରେ ସ୍ଵପ୍ନାୟିତ ହୁଏ
ଅସୁମାରୀ ଆକର୍ଷଣ ।
ନିଜ ସ୍ଵାଭିମାନ ନିଜ ମନକଥା
ନିଜ ମଧ୍ୟେ ଲୁଚିଯାଏ
ମୋ ନିଜ ଲୁହକୁ ନିଜେ ପିଇଯାଏ
କାହାଣୀ ଜୀବନ୍ତ ହୁଏ ।
ଅରୁଣା କର
01:09:18
ଭୁବନେଶ୍ଵର
