STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ଅଭିମାନୀ ପାଇଁ

ଅଭିମାନୀ ପାଇଁ

1 min
299

ଅଭିମାନୀ ମୋର ଅଭିମାନ କରି

କଥା ଜମା ହେଉନାହିଁ

ପ୍ରେମଭରା ମୋର କବିତା ଟି ଆଜି

ଲେଖେ ଅଭିମାନୀ ପାଇଁ

ଦେଖିନାହିଁ ବୋଲି ବହୁଦିନୁ ମତେ

କରିଛି ସେ ଅଭିମାନ

କେମିତି ତାକୁ ମୁ ବୁଝେଇବି ସତେ

ଭାବେ ମୋ ଅବୁଝା ମନ

ମାଗିଥିଲା ମତେ ସମୟ ସେ ଟିକେ

ସେତିକି ବି ଦେଇନାହିଁ

ଇଛା ନଥିଲେ ବି ଜାଣି ଜାଣି ମୋର

ଭୁଲ ହେଇଯାଏ କାହିଁ

ଜାଣିଛି ପାଗେଳି ଛାଡିବନି ହାତ

ମୋର ଏଇ ଜନମରେ

ଅଭିମାନ ତାର ସବୁ ଚାଲିଯିବ

ଡାକିଦେଲେ ଖାଲି ଥରେ

ପ୍ରେମ ଭରା ପଦେ କଥା ଶୁଣିବାକୁ

କରିଛି ସେ ଅଭିମାନ

ଜାଣିଛି କେମିତି ବୁଝେଇ ଦେବି ମୁଁ

ତାର ସେ ମନୁଆ ମନ

ତୋଳି ମୁ ଆଣିଛି ସଜ ଗୋଲପ ଟେ

ମୋର ସେ ଗୋଲାପ ପାଇଁ

ପ୍ରେମ ଭରା ଏଇ କବିତା ମୋହର

ଲେଖିଛି ମୁ ତାର ପାଇଁ

ତାର ରାଗ ରୁଷା କିଛି କ୍ଷଣ ପାଈଁ

ନଥାଏ ମନ ରେ ତାର

ପ୍ରେମଭରା କିଛି କଥା ଶୁଣିବାକୁ

ରୁସିଛି ଫୁଲେଇ ମୋର

ବହୁଦିନ ହେଲା ଲେଖିନି କବିତା

ଲେଖୁଛି ଆଜି ତା ପାଇଁ

ହୃଦୟର ପ୍ରେମ କାଗଜ ରେ ଢାଳି

ଲେଖେ ଅଭିମାନୀ ପାଇଁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance