ଅଭିମାନ
ଅଭିମାନ
ଆଖି ଥାଇ ଅନ୍ଧ ହୋଇଥିଲି ମୁହିଁ
ବୃଥା ଅଭିମାନ କରି ଜୀବନେ
ହାତ ଥାଇ ପଙ୍ଗୁ ଅର୍ଥବ ହୋଇକି
ନିନ୍ଦୁଥିଲି ମୋର ଭାଗ୍ୟକୁ ଦିନେ l
ସୁନାର ଭାରତେ ଜନ୍ମ ହୋଇ ପୁଣି
ମନରେ ଅନେକ ଥିଲା ସପନ
ଜାଣିଲି ସରଗ ଅଟେ ମୋ ଭାରତ
ମା ଭାରତୀ ପାଇ ଜୀବନ ଧନ୍ୟ l
ଯେତେ ରାଇଜକୁ ସେତିକି ଭାଷା
ଅଲଗା ଚଳଣୀ କୁ ବେଶଭୂଷା
ନାନା ଗୀତ ନାଚ ନାନା ସଂସ୍କୃତି
ବିଶ୍ୱରେ ପୂଜିତ ମୋ ମା ଭାରତୀ l
ଦେଶ ପାଇଁ କରି ଜୀବନ ଦେବି
ଦେଶ ପାଇଁ ସବୁ କଷ୍ଟ ସହିବି
କାହିଁକି ଯିବି ମୁଁ ସରଗ ଆଉ
ଦେଶ ସେବା କରି ଜୀବନ ଯାଉ l
