STORYMIRROR

Kali Kumar

Fantasy

4  

Kali Kumar

Fantasy

ଅଭିମାନ

ଅଭିମାନ

1 min
229


ଅଭିମାନେ ଜହ୍ନ ଯାଇଛି ରୁଷି

ଆଜକୁ ହେଲାଣି ଦିନ ପନ୍ଦରୁ ବେଶୀ

ମାଙ୍କଡ଼ କେମିତି ଧରିବ ଜହ୍ନ

ଭାବିଲେ କଥାଟା ମନ ହୁଏ ଉଚ୍ଛନ୍ନ ।୧।


ଭାସୁନି ଜହ୍ନଟି ନଦୀ ଉଚ୍ଛୁଳା ଜଳେ

ପଡ଼ୁନି ଯୋଛନା ଛିଦ୍ର ଛପର ଚାଳେ

ଶୁଭ୍ର ଜ୍ୟୋତି ନାହିଁ ଧରଣୀ କୋଳେ

ଜହ୍ନ କି ହଜିଲା କଳା ବଉଦ ମେଳେ ।୨।


ଆଲୋକ ନାହିଁ ମୋ ନିରାଶ ମନେ 

ଜହ୍ନ କି ଲୁଚିଲା ଦୂର ଗହନ ବନେ

କିବା ଜହ୍ନଟା ଅନ୍ଧାରେ ହୋଇଲା ଲୀନ

ତା' ବିନା ଆକାଶ ଲାଗେ ଛନ୍ଦ ବିହୀନ ।୩।


ଜହ୍ନ ନ ଦେଖିଲେ କୁନା ଖାଉନି କିଛି

ସରୋବରେ କଇଁ ବି ଲୁଚି ବସିଛି

ଅଭିମାନ ତା' ର ଭାଙ୍ଗିବ କିଏ

କୁନା ମୁହେଁ ହସ ଫୁଟେଇବ ସିଏ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy