STORYMIRROR

Arundhati Jena

Romance Fantasy Others

3  

Arundhati Jena

Romance Fantasy Others

ଅବହେଳିତ ପ୍ରେମିକା

ଅବହେଳିତ ପ୍ରେମିକା

1 min
216

ମୋ ନିଃସଙ୍ଗପଣ କୁ ଦେଖି ଖୁବ୍ ହସ ଲାଗୁଛି ନା?

ହସ ଆହୁରି ଜୋର ରେ ହସ ,

ସାରା ପୃଥିବୀ ଦେଖୁ ହେଲେ ଏ କୋଳାହଳମୟ

ପୃଥିବୀ ରେ ଅବା କାହାର ସମୟ ଅଛି ଯେ

ମୋର ଆର୍ତ୍ତଚିତ୍କାର ଆଉ ବିକଳ ନାଦ

କୁ ଶୁଣିବା ପାଇଁ?

ତୁମ ପ୍ରେମ ର ଅବହେଳିତ ପ୍ରେମିକା

ମୁଁ ହୋଇଥାଇପାରେ ,

ହେଲେ ମୋ ପାଇଁ ତୁମେ ଚାନ୍ଦ ଆଉ ମୁଁ ନୀଳ କଇଁ

ତୁମେ ସାଗର ମୁଁ ତୁମ ନୀଳ ନିରବତା

ତୁମେ ମୋର ପୁଲକ୍କିତ ଆକ୍ତା ବସନ୍ତ ମୁଁ ତୁମ ଯୌବନ ଉଷ୍ମତା

ତୁମେ ମୋର ଝରା ଶ୍ରାବଣ ଆଉ ମୁଁ ତୁମ ଶ୍ରାବଣୀ କନ୍ୟା

ତୁମେ ମୋର ଦେବତା ଆଉ ମୁଁ ତୁମ ପୂଜାରିଣୀ

ତୁମେ ମୋର ବଞ୍ଚିବାର ଖୋରାକ୍ ଆଉ ମୁଁ?

ନାଁ, ମୁଁ ହେଲେ ଏ ମୁଁ କିଏ?

ଆଉ ତୁମ ସହ ମୋର ଏଇ

ମନଗଢ଼ା ଉପମା ଆଉ ତୁଳନା ଯେ ନିରର୍ଥକ,

ତୁମ ପ୍ରେମ ରେ ମୁଁ ଅସ୍ତିତ୍ବ ବିହୀନ

ମୋର ଉପସ୍ଥିତି କିଛି ବି ମାନେ ରଖେନା,

ମୁଁ କୁଆଡେ ଅଦିନିଆ ଝଡ଼

ଧସେଇ ପଶିଆସିଥିଲି ଜୀବନ ରେ ତୁମର

 ହେଲେ ଯାହାର ପାଦଚିହ୍ନ

ଅସୁଦୀର୍ଘ ଦଶନ୍ଧି ରେ ବି ଲିଭିବା ଅସମ୍ଭବ ।

ମୋ ନିଃସଙ୍ଗପଣ କୁ ଦେଖି ଖୁବ୍ ହସ ଲାଗୁଛି ନା?

ହସ ଆହୁରି ଜୋର ରେ ହସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance