STORYMIRROR

Tankadhar Majhi

Romance Tragedy

3  

Tankadhar Majhi

Romance Tragedy

ଅଭାବୀ ସମ୍ପର୍କ

ଅଭାବୀ ସମ୍ପର୍କ

1 min
36


ମନ ଭିତରେ..

ମୋ ତୂଳୀ ତୁମ ଛବି 

ଦୁହେଁ ଖୁବ୍ ମଜାଦାର 

ଦୁଇ ପାହାଡ଼ର ମିଳନ ପରି

ହେଲେ ଅଭାବୀ ଆମ ସଂପର୍କ 

ସମ୍ପତି ସମ୍ପଦର ଦ୍ୱାହିରେ ପଡ଼ି 

ପାଖାପାଖି ରହି ସୁଧା ମିଶି ପାରୁନାହୁଁ ।


ଏକ ର ଅଭାବରେ ଅପୂର୍ଣ୍ଣ ମୁଁ 

ବାସ୍ତବ ଅବାସ୍ତବ ଚିତ୍ର ସବୁକୁ

ମୌଳିକ ଚରିତ୍ରରେ ଚିତ୍ରିତ କରି

ଯୁଗ୍ମ ସଂପର୍କର ଗାଥା ଲେଖିଦିଏ

ଯେଉଁ ଗାଥାରେ ତୋ ମଥା ଦିଶେ।


ମୋ ମୂର୍ଛିତ ଶବ୍ଦ ଗୁଡ଼ିକରେ, 

ପୁର୍ଣ୍ଣ କବିତାଟିଏ ହୋଇ 

ଖୁବ ଆତ୍ମତୃପ୍ତି ଭରି ଦେଲି 

ପୁଣି ଏକା ବେଳକୁ ଭାବ

ଅବୁଝା ମନରେ ତରଳି ଗଲା 

ଭାବ ବାଣିଜ୍ୟରେ..

କଲମ କାଳିର କଳଙ୍କ ଧରି

ଦୁଃଖି ଶବ୍ଦର ବିକଳ୍ପ ଖୋଜୁ ଖୋଜୁ

ଅଭିଧାନରେ ଅଭିନୟ ପାଇଗଲି

ସେଇଠୁ ଆରମ୍ଭ କଲି ବଞ୍ଚିବାର ରାହା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance