STORYMIRROR

Sambit Srikumar

Romance Classics Inspirational

4.0  

Sambit Srikumar

Romance Classics Inspirational

ଅବୈଧ

ଅବୈଧ

1 min
205


ତୁମ ସହିତ ମୋର ଆତ୍ମିକ ସମ୍ବନ୍ଧ


ଅବୈଧ ହୋଇବ କେମନ୍ତ?


ଆଇନକାନୁନର ଦାଓପେଞ୍ଚ


ସାମାଜିକ ପ୍ରଥା ପ୍ରଚଳିତ ପରମ୍ପରା

ଆଞ୍ଚଳିକ ରୀତିନୀତିର ଦ୍ବାହିରେ


ଆଜି ହୁଏତଃ ତୁମେ କହିପାର


ଏହାକୁ ଅବୈଧ ଅବାଞ୍ଛିତ

ନୀତି ଆଦର୍ଶ ଧର୍ମ ନ୍ଯାୟ

ନୈତିକତାର ବିରୁଦ୍ଧ!!


କିନ୍ତୁ ଥରେ ବିଚାର କରି ଦେଖ


ଏଇ ଦୁନିଆଁରେ ତ ବଦଳୁଛି


ସବୁକିଛି ଆଇନକାନୁନ ପ୍ରଥା ପରମ୍ପରା

ରୀତିନୀତି ପୁଣି ସାମ୍ବିଧାନିକ ବିଧି


ଆଜିର କାନୁନ୍ କାଲିକୁ ଅଲୋଡ଼ା


ଆଜିର ଚଳଣି କାଲିକୁ ନଥିବ!!

ନ୍ୟାୟିକ ବ୍ୟବସ୍ଥାର ସଂସ୍କାରରେ

ନୂତନ ଚିନ୍ତାଧାରାର ଉନ୍ମେଷରେ

ଉଠିଗଲାଣି ମରହଟ୍ଟିଆ ଗୋଦାମରଦ୍ଦି

ଆଦବକାଇଦା କଟୁ କଟକଣା

ଅବୈଧ ଯେତେକ ହୋଇଲାଣି ବୈଧ

ପୁଣି କି ବୈଧ ହୋଇବ ଅବୈଧ??


ଆତ୍ମିକ ସମ୍ବନ୍ଧ ଆତ୍ମାର ମିଳନ


ପବିତ୍ର ଶାଶ୍ୱତ ନୈସର୍ଗିକ ଦେହାତୀତ


ଅନାବିଳ ସମ୍ପର୍କ ଆମର


ଶୁଦ୍ଧ ପୁତ ନିରୁତା ଭଲପାଇବା


ନାହିଁ ଏଥି ପ୍ରାପ୍ତି ଅପ୍ରାପ୍ତିର ହିସାବ ନିକାଶ


ବାରେ କୁହ ଭଲା ଆମର ସମ୍ବନ୍ଧ

ଅବୈଧ ହୋଇବ କେମନ୍ତ ।


Rate this content
Log in

Similar oriya poem from Romance