Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Abstract

4.1  

Narendra Prasad Behera

Abstract

ଆଉଥରେ ଫେରିଆସ

ଆଉଥରେ ଫେରିଆସ

1 min
414


ବାଲେଶ୍ଵର ମାଟି  ହୁଏ ବିଚଳିତ

    ତୁମରି ବିହୁନେ ଆଜି

କାହିଁଗଲ ତୁମେ  ସାହିତ୍ୟ ସାଧିକ

    କେଉଁଠି ପାଇବୁ ଖୋଜି ।


ଜନ୍ମମାଟି ଆଜି  କାନ୍ଦେ କଇଁକଇଁ

   ହରାଇ ଯୋଗ୍ୟ ପୁତ୍ରକୁ

ସମୟ ପୂର୍ବରୁ  ବିଦାୟ ଦେଇଣ

   ଧିକ୍କାରେ ବସି କର୍ମକୁ ।


ସାହିତ୍ୟ ଉନ୍ନତି   ଥିଲା ତୁମ ଚିନ୍ତା

   ପାରୁନଥିଲ ଯେ ଖାଇ

ପଥ ପ୍ରଦର୍ଶକ    ଥିଲ ଆମ ପାଇଁ  

   ଚିରନିଦ୍ରେ ଗଲ ଶୋଇ ।


ପାଠାଗାର ଖୋଲି   ଦେଉଥିଲ ଶିକ୍ଷା

   ନେଉଥିଲ ମନ ମୋହି

ପଦମ ଲୋଚନ  ମହାକୁଡ଼ ନାମେ

   ଜନ୍ମ ଦେଇଥିଲା ବିହି ।


ବହୁ ପ୍ରତିଭାର   ଅଧିକାରୀ ଥିଲ

   ସାହିତ୍ୟ ସମାଜ ପାଇଁ

ଗୁଣ ଗାରିମାକୁ  ବର୍ଣ୍ଣନା ପାଇଁ କି

   ମୋପାଖେ ଶକତି ନାହିଁ ।


କୋଟି ନମସ୍କାର  ଜଣାଏ ତୁମକୁ

    ନିଜଗୁଣେ କ୍ଷମା ଦିଅ

ଯେଉଁଠି ଥିଲେ ବି   ଆନନ୍ଦରେ ଥାଇ

      ସ୍ବର୍ଗ ସୁଖ ପାଉଥାଅ ।


ସାରା ଓଡ଼ିଶାର  କବି ସାହିତ୍ୟିକ

    ମାନଙ୍କୁ କଲ ଦୁର୍ବଳ

ବରଷକେ ଥରେ   ଡାକି ସମସ୍ତଙ୍କୁ

  ଦେଉଥିଲ କେତେ ବଳ ।


ସବୁବଳ ଆଜି   ନିଷ୍କ୍ରିୟ ହୋଇଲା

   ବିଧାତା ହୋଇଲା ବାମ

ନୟନରୁ ବହେ   ଲୋତକର ଧାର

    ଭଜୁଥିବୁ ତୁମ ନାମ ।


ବୀରଦର୍ପେ ତୁମେ  ମାଡି ଚାଲିଥିଲ

    ସାହିତ୍ୟ ବୃଦ୍ଧି ନିମନ୍ତେ

ତୁମ ଅନୁପସ୍ଥି  ଭାରି ବାଧୁଅଛି

   ବଞ୍ଚିବୁ ଆମେ କେମନ୍ତେ ।


ଅଧୁରା ସ୍ବପ୍ନକୁ   ପୂରଣ ନିମନ୍ତେ

   ଆଉଥରେ ଫେରି ଆସ

ରହିଛି ଅନାଇ    ତୁମ ପଥଚାହିଁ

   ପାଖର ନିକଟ ବାସ ।


Rate this content
Log in

Similar oriya poem from Abstract