STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଆଉଥରେ ଜନ୍ମ ନିଅ କୃଷ୍ଣ

ଆଉଥରେ ଜନ୍ମ ନିଅ କୃଷ୍ଣ

1 min
394

ଆଉଥରେ ତୁମେ ଅବତାର ନିଅ

ଆହେ କୃଷ୍ଣ ଭଗବାନ,

ଏ କଳିଯୁଗରେ ପାପର ଭାରା ରେ

ବସୁମତୀ ମ୍ରିୟମାଣ l


ଦ୍ୱାପର ଯୁଗରେ ମାରିଥିଲ ତୁମେ

ଗୋଟିଏ କଂସକୁ ସିନା,

ଅନେକ କଂସ ଏହି ଯୁଗେ ଜନ୍ମି

ରଚନ୍ତି ତାଣ୍ଡବ ନାନା l


ଦ୍ରୌପଦୀ ଙ୍କର ମାନ ରଖିଥିଲ

କୁରୁପତି ସଭା ତଳେ,

କେତେ ନାରୀ ଆଜି କଷଣ ସହନ୍ତି

ଗଣି କେବା କହିପାରେ l


କନ୍ୟା ଅବସ୍ଥାରୁ ବୟସ୍କା ଙ୍କ ଯାଏଁ

ସହନ୍ତି କେତେ କଷଣ,

ସମାଜରେ ଆଜି ପ୍ରତି ମୁହୂର୍ତ୍ତ ରେ

ଯାଉଛି ତାଙ୍କ ପରାଣ l


କେତେ ସୁଦାମା ଅଭାବେ ସଢ଼ନ୍ତି

ଖାଇବାକୁ ଗଣ୍ଡେ ନାହିଁ,

ଆସିବକି ପ୍ରଭୁ ମିତ୍ର ସାଜି ତାଙ୍କ

ଲୁହ ପୋଛିବାର ପାଇଁ l


ଘରେ ଘରେ ଆଜିତ ମହାଭାରତ

ଭାଇ ଭାଇ ମଧ୍ୟେ ହୁଏ,

ଅଧର୍ମ ଟି ଏବେ ବାହାସ୍ଫୋଟ ମାରି

ସବୁସ୍ଥାନେ ଜିତି ଯାଏ l


କଳିଯୁଗ ଶେଷ କରିବାକୁ ପ୍ରଭୁ

ଆସ ଏବେ ଅବତରି,

ସତ୍ୟ ଶାନ୍ତି ଧର୍ମଭାବ ଓ ପ୍ରେମକୁ 

ପ୍ରତି ହୃଦେ ଦିଅ ଭରି l


ତୁମରି ମୋହନ ମୁରଲୀ ସ୍ୱର ରେ

କରିଦିଅ ଆତ୍ମହରା,

ପ୍ରୀତି ମୟ ସାଜୁ ଏହି ବସୁନ୍ଧରା

ହୃଦ ହେଉ ମଧୁଝରା l


Rate this content
Log in

Similar oriya poem from Inspirational