STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଆଉ ଯିବିନି ମନ୍ଦିର

ଆଉ ଯିବିନି ମନ୍ଦିର

1 min
396


ଆଉ ଯିବିନାହିଁ ତୁମ ଦେଉଳକୁ

ଭଗବାନ ବୋଲି କହି

ତୁମେ ବସିଅଛ ମନ୍ଦିର ଭିତରେ

ବଡଲୋକଙ୍କର ଦଲାଲ ଟିଏ ହୋଇ I

ତୁମ ଦରଶନ କରିବା ପାଇଁକି

ଖରା ବର୍ଷାରେ ଧାଡିବାନ୍ଧି ହେଉ ଠିଆ

ତୁମ ବଡଲୋକେ ପଇସା ବଳରେ

ଗୁପ୍ତବାଟେ ଯାଇ ଦର୍ଶନ କରନ୍ତି କିଆଁ

ତୁମେ ପରା ଏଇ ସୃଷ୍ଟିର ମାଲିକ

ଚଳାଅ ସଂସାର ନାବ

ତାହେଲେ କାହିଁକି ତୁମରି ଦୁଆରେ

ଏତେ ଯେ ଅନ୍ୟାୟ 

ଏତେ ବଡ ଭେଦଭାବ I

ବଡଲୋକଙ୍କଠୁ ଲାଞ୍ଚ ଖାଇ ତୁମେ

ଲାଞ୍ଚୁଆ ଗଲଣି ହୋଇ

ସେଥିପାଇଁ ବୋଧେ ତାଙ୍କ ସ୍ୱାର୍ଥ ଦେଖ

ଆମକୁ ନଜର ନାହିଁ I

ଦେଉଛି ଆଜି ମୁଁ କହି

ମାଡିବିନି ତୁମ ମନ୍ଦିର ଦୁଆର

ତୁମର ଏ ନୀତି ଯଦି ବଦଳିବ ନାହିଁ I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy