STORYMIRROR

Narayan Sethi

Abstract Romance Inspirational

3  

Narayan Sethi

Abstract Romance Inspirational

ଆଉ ଟିକିଏ ରୁହନ୍ତି କି ତୁମ ପାଖରେ

ଆଉ ଟିକିଏ ରୁହନ୍ତି କି ତୁମ ପାଖରେ

1 min
234

  

 ଇଚ୍ଛାହେଉଛି ଆଉଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ

ଜମାରୁ ଭଲଲାଗୁନି ଆଜି କାହିଁକି କେଜାଣି

ତୁମକୁ ମୁହୂର୍ତ୍ତଟେ ଛାଡିଗଲାପରେ.......!!

ମନଟା ଭାରି ଝୁରିହେଉଅଛି

ଆଉଟିକିଏ ରୁହନ୍ତିକି ତୁମ ପାଖରେ

କାହିଁକିଏତେ ତୁମକୁ ଝୁରି ହେଉଛି

ଆଜି ମୁଁ ନିଜେବି ନିଜକୁ ବୁଝିବାରେ

ହେଉଅଛି ଅସଫଳ ତୁମ ଆଗରେ

ଇଚ୍ଛାହେଉଛି ଆଉଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ............!!

ତୁମେ ପରା ମୋର ହୃଦୟର ସ୍ୱନ୍ଦନ

ଏଇ ଶରୀର ମଧ୍ୟରେ

ଛାଡିକି ତ ଯାଇ ନାହିଁ ହେଲେବି କାହିଁକି

ଏ ମନ ବାରମ୍ବାର ବାରମ୍ବାର ଝୁରେ ......!!

ମିଠା ମିଠା ତୁମ ଓଠର ହସ

ମୋତେ ଭାରି ମନେପଡେ

ଇଚ୍ଛା ହେଉଛି ଆଉ ଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ..........!!

ଏକା ଏକା ଆଜିଲାଗୁଛି

ତୁମକୁ ପାଖରେ ପାଉନି ବୋଲି

ମନଟା ପ୍ରଶ୍ନ ଉପରେ ପ୍ରଶ୍ନ କରୁଛି

ସତରେ କଣ ତୁମେ ମୋ ମନକୁ

ମୋ ନିଜ ଠୁ ଚୋରାଇ ନେଇ ଗଲାକି.....!!

ଇଚ୍ଛା ହେଉଛି ଆଉ ଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ

ଜମାରୁ ଭଲ ଲାଗୁନି ଆଜି କାହିଁକି କେଜାଣି

ତୁମକୁ ମୁହୂର୍ତ୍ତଟେ ଛାଡି ଗଲାପରେ.......!!


Rate this content
Log in

Similar oriya poem from Abstract