STORYMIRROR

subrat kumar jena

Abstract

2  

subrat kumar jena

Abstract

ଆଉ ଥରେ ତୁମେ ଆସ

ଆଉ ଥରେ ତୁମେ ଆସ

1 min
3.1K

ହେ ନେତାଜୀ,

ଆଉ ଥରେ ନିଅ ଭାରତେ ଜନ୍ମ

ହେ ସୋର୍ଯ୍ୟ ବୀର୍ଯ୍ୟ ର ପ୍ରତୀକ

ଭାରତ ମାଆର ଲଢ଼ୁଆ ପୁଅ

ତୁମେ ଆଉ ଥରେ ଭାରତରେ ଜନ୍ମ ହୁଅ

ତୁମ ଲାଗି ଶିଖିଲୁ ଆମେ ନୂଆ ପଥରେ ଚାଲି

ଯେତେ ଆସିଲେ ବାଧା ପିଠି ଦେଖାଇ ବୁନି ବୋଲି

ଭାରତେ ଆଜି ବଢେ ଆତଙ୍କ ରାଜ

ବିନାସୀ ବା ଲାଗି ତାଙ୍କୁ ଯୁଦ୍ଧେ ତୁମେ ସେନାପତି ସାଜ

ତୁମେ ପରା କହିଥିଲ ମୋତେ ରକ୍ତ ଦିଅ

ମୁଁ ତୁମକୁ ସ୍ବାଧିନତା ଦେବି

ଆଜିର କଳୁଷ ନେତାଏ କୁହନ୍ତି ମୋତେ ପିସି ଦିଅ

ମୁଁ ତୁମକୁ ସରକାରଙ୍କ ଯୋଜନା ଦେବି

ସମସ୍ତେ ଆଜି ମାତି ଛନ୍ତି ବିକିବାକୁ ଦେଶକୁ

ଯାହା ମିଳିବ ପୁରାଇବେ ନେଇ ନିଜ ପେଟକୁ

ଅନ୍ୟାୟ ଧର୍ଷଣ ଗୁଣ୍ଡାରାଜ୍ ଚାଲିଛି ବଢ଼ି

ସତ୍ୟ ଧର୍ମ ନ୍ୟାୟ କେଉଁ କୋଣେ ପଡୁଛି ସଢି

ପରିବାର ବାଦରେ ତୁମକୁ ଦେଲେ ପଛେଇ

ଶାସନ କୁ ନିଜ ହାତରେ ରଖି ନିଜ ଲୋକଙ୍କୁ ଦେଲେ ଆଗେଇ

ଆଉ ଥରେ ନିଅ ଜନ୍ମ ହେ ବୀର ଭାରତୀ

ଦୁଷ୍ଟ ଦମନ କର ଦେଇ ତୁମ ଶକତି

ଜନ୍ମ ଦିନରେ ତୁମକୁ କରେ କୋଟି ଦଣ୍ଡବତ

ତୁମ ବର୍ଣ୍ଣନା କିପରି କରିବି ମୁଁ ସାମାନ୍ୟ ସୁବ୍ରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract