STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଆଉ ପାଇବି କାହିଁ

ଆଉ ପାଇବି କାହିଁ

1 min
10

ଆଉ ପାଇବି କାହିଁ 
,,,,,,,,,,,,,,,,,,,,,,,,,,
ହଜାଇ ଦେଇଛି ଅତୀତ ଓଢଣୀ 
ଥିଲା ତା ଭିତରେ ସ୍ମୃତି ଗଉଣୀ 
ମାଆର କରୁଣ ଚାଁହାଁଣୀ 
ବାପାଙ୍କ ଡାକ ବାୟାଣୀ 
ଆଣିଲୁ ଆଣିଲୁ ଗ୍ଲାସଟେ ପାଣି 
ଜେଜେମା ଖେଳାଇ ଗପର ସାରଣୀ 
ଜେଜେ କହୁଥିବେ ଜୀଵନ କାହାଣୀ 
ସବୁ ତ ଗଲାଣି 
କୂଳ କିନାରା ମିଳୁନି 
ଅଛି ଖାଲି ଦୁଇ ସନ୍ଦେହୀ ଚାହାଣୀ 
କୁଆଡ଼ିକି ଗଲି କୋଉଠୁ ଫେରିଲି ବଖାଣି  
 ସନ୍ଦେହୀ ପ୍ରିୟତମାର ପ୍ରଶ୍ନ ଫୁଲାଣି 
ସେସବୁ ବି ନାହିଁ ନେଲା ସେ ମେଲାଣି 
ଅହ୍ୟ ଡେଙ୍ଗୁରା ବଜେଇ ଯେବେଠୁ ଗଲାଣି 
ପୁଅ ବୋହୁ ସଙ୍ଗେ ଘର ବସେଇଲାଣି 
ଝିଅ ଜୋଇଁ ସଙ୍ଗେ କେବେଠୁ ଆସିନି 
ମନଟା ବୁଝୁନି 
ନାତି ନାତୁଣୀ ଦେଖୁନି 
ଶୁଣୁଛି ସେମାନେ ବଡ଼ ହେଲେଣି 
ହେଲେ ଜାଣିଛି ସେଦିନ ଆଉ ଫେରିବନି 
ଜୀଵନ ସାରଣୀ ଲେଖୁଛି ଲେଖନୀ 
ପ୍ରଥମ କବିତା ହଜି ବି ଗଲାଣି 
ପ୍ରତି ନୂଆ କବିତାରେ ତାକୁ ଦେଖୁନି 
କାହନ୍ତି ସମସ୍ତେ ଦେଖି ମୁଁ ପାରୁନି 
ଅଛି ମୋ କବିତା ନୂଆ ସାରଣୀ 
ପ୍ରତି କବିତାରେ ବନୀତା ଲତା ମନ୍ଦାକିନୀ
ସେଇ ପୁରୁଣା କଥାରେ ନୂଆ ଚେତାବନୀ


Rate this content
Log in

Similar oriya poem from Abstract