STORYMIRROR

Prabhanjana Tripathy

Inspirational Others

4  

Prabhanjana Tripathy

Inspirational Others

ଆଉ କୁହନ

ଆଉ କୁହନ

1 min
224


ପୁଅଟିଏ ହେବ ସୁଧାର ମତି

ସଂସ୍କାର ସୁବୁଦ୍ଧି ଥାଇ

ଝିଅଟିଏ ହେବ ସୁଗୁଣି ସୁନ୍ଦରୀ

ଲାଜ ଭକ୍ତି ଜ୍ଞାନି ହୋଇ ll


ମାଇପ ପାଇବ ସୁନ୍ଦରୀ ସୁଗୁଣୀ

କରିଥିବ ପ୍ରେମେ ପୂଜା

ସଂସାର ହୁଏ ସୁନ୍ଦର ତାହାର

ଘର ଥିବ ସାଜ ସଜ୍ଜା ll


ଝିଅ ହେଇଥିବ ପଦର ବୁଲି

ଭେଣ୍ଡିଆ ମେଳରେ ବସା

ଅଣ୍ଡିରା ପରିକା ରୂପ ରଙ୍ଗ ଦେଇ

ଦରିଦ୍ର ହେବ ତା ଦଶା ll


ପୁଅ ହେଇଥିବ ପୂରା ଭାକୁଡ଼ା

ଘରେ ତା ନ ଥିବ ମନ

ଯେତେ ଦୁର୍ଗୁଣ ଭରି ରହିଥିବ

ସଂସ୍କାର ଥିବ ତା ହୀନ ll


ବାପା ହୋଇଥିବ ଘୋଡାମଦୁଆ

ନିତି ହେଉଥିବ ମଦ ଗାଧୁଆ

ପର ନାରୀ ସାଥେ ଥିବ ତା ମତୀ

ସଂସାରେ ଆସିବ ମହା ଦୁର୍ଗତି ll


ମାଇପ ହଇଵ ଚରିତ୍ର ହୀନା

ବାର ଘର ପିଣ୍ଢା ନିତି ମଇନା

ପର ପୁରୁଷକୁ ବଳାଏ ମନ

ଦେହ ଦାନ କରି ସଞ୍ଚଇ ଧନ ll


ଘଇତା ନିର୍ଲଜ ନିର୍ମଳ ଲୋକ

ବେକାରିଆ ପ୍ରାଣ ନାହିଁ ତ ଭେକ

କେ ଆସି ଘରେ ତା' ପସୁଛି ପସୁ

ଯେମିତି ହେଲେବି ପଇସା ଆସୁ ll


ଏ ସାଂସର ନୀତି ବଡ଼ ଜଟିଳ

ଭଲ ଭେଲ ହୁଏ ଆସେ କଟିଳ ।।


ଏ କି ବିଚିତ୍ର ସଂସାର ମାୟା

ଭଲ କି ରହିଲେ ଦି"ଦିନ ବଞ୍ଚିବା

ଥିବ ପ୍ରଭୁ ଛତ୍ର ଛାୟା ll



Rate this content
Log in

Similar oriya poem from Inspirational