ଆଉ କି ଫେରିବ ଭଲା
ଆଉ କି ଫେରିବ ଭଲା


ପିଲାଦିନ ସତେ କେତେ ଭଲଥିଲା
ଛାଡ଼ିଦେଇ ଚାଲିଗଲା
ଏମିତି କଣ ଭୁଲ କରିଦେଲି ଯେ
ବାହୁଡ଼ିବା ନା ନଧରିଲା ।
ଚିନ୍ତା ନଥିଲା କି ଦାୟିତ୍ୱ ନଥିଲା
ଖୁସି ହିଁ ଜୀବନେ ଥିଲା
ଖେଳରେ ଖେଳରେ ଦିନ ବିତୁଥିଲା
ସ୍ମୃତି ହୋଇ ରହିଗଲା ।
ମୁହଁକୁ ଟିକିଏ ସୁଖେଇ ଦେଲେ
ସବୁ ମିଳିଯାଉଥିଲା
ଅଭିମାନ କରି ଟିକିଏ କାନ୍ଦିଲେ
ଅଭାବ ପୂରଣ ହେଲା ।
ନା ଅତୀତ ଚିନ୍ତା ନା ଭବିଷ୍ୟତ ଚିନ୍ତା
ନା ବର୍ତ୍ତମାନ ଚିନ୍ତା ଥିଲା
ଖେଳରେ ଖେଳରେ ହସରେ ଖୁସିରେ
ସମୟ ପଳାଉ ଥିଲା ।
ବାପା ମାଆ ଥିଲେ ଭଗବାନ ଭଳି
ମନକଥା ଜାଣୁ ଥିଲେ
ମାଗିବା ପୂର୍ବରୁ ଯାହା ଆବଶ୍ୟକ
ଅବେଳରେ ଦେଉଥିଲେ ।
ସୁନ୍ଦର ବୟସ ସୁନ୍ଦର ସମୟ
ସୁନ୍ଦର ମୟ ଥିଲା
ଖୁସିର ସମୟ ଖୁସିର ବୟସ
ଦେଖୁ ଦେଖୁ ଚାଲିଗଲା ।
ପିଲାଦିନ ସତେ କେତେ ଭଲ ଥିଲା
ଅଭୂଲା ସ୍ମୃତି ହୋଇଲା
ସଭିଙ୍କ ଜୀବନେ ଥରେ ଆସିଥାଏ
ଆଉକି ଫେରିବ ଭଲା ।