STORYMIRROR

Chandrakanta Jena

Inspirational

3  

Chandrakanta Jena

Inspirational

ଆଉ ଏକ କ୍ରାନ୍ତି-୦୨

ଆଉ ଏକ କ୍ରାନ୍ତି-୦୨

1 min
215

ଦିନୁ ଦିନ ଦେଶେ ବଢି ଚାଲିଲାଣି

ଅରାଜକତାର ଭାର

ମୁଷ୍ଟିମେୟ ହାତେ ବିକ୍ରି ହୋଇଲାଣି

ମାନବିକ ଅଧିକାର !!


ସାଜ ସଜା କର ଖଣ୍ଡା ତରବାରୀ

ଆରେ ମୋ ଓଡ଼ିଆ ବୀର

ଆଉ ଏକ କ୍ରାନ୍ତି ରହିଅଛି ବାକି

ପୂର୍ଣ୍ଣ କର ହସ୍ତେ ତୋର !!


ଜଳାଇଦେ ଚିତା ସବୁ ଦୁଷ୍ଟଙ୍କର

ଭଙ୍ଗ କରି ତାଙ୍କ ଜାନୁ

ନବଦିଗନ୍ତରେ ନବ ଜାଗରଣ

ଉଆଁଇ ଦେ ନବଭାନୁ !!


ଶାଣିତ ଖଡ୍ଗ ତୋ ଖୋଜିଲାଣି ରକ୍ତ

ପାପୀଙ୍କ ବିନାଶ ଅନ୍ତେ

ଥିଲା ଯା ଅଧୁରା ସ୍ଵପ୍ନ ପୂର୍ବ କାଳୁ

ପୂର୍ଣ୍ଣ ତୁ କରିଦେ ହାତେ !!


ସଜା ସଜା ଆରେ ପାନ ଗୁଆ ତୋର

ଅତିଥି ହେଲେଣି ମେଳି

ଉଆସରେ ଭରି କରାଇବୁ ଚର୍ଚ୍ଚା

ଛଡ଼ାଇ ଜୀବନ ଭେଳି !!


ପ୍ରସନ୍ନ ହୋଇବେ ସେ ଅମର ଆତ୍ମା

ପଡ଼ିଥିଲେ ଯିଏ ବଳି

ଜାଗ୍ରତ ହୁଏରେ ହେ ସିଂହ ପୁରୁଷ

ଦୁଷ୍ଟ ନ ପାରିବେ କଳି !!


ଦୁଷ୍ଟଙ୍କ ବିନାଶ ଅଛି ଆବଶ୍ୟକ

ଶିର ଚ୍ଛେଦ ବଦ୍ଧ କରି

ସେହି ପରି ଦଣ୍ଡେ ଦଣ୍ଡିତ କରା ତୁ

ବର ଡାଳେ ଦିଅ ଚିରି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational